ରାଉରକେଲା: ଥାନାଧିକାରୀରେ ସ୍ତରରେ ବଡ଼ଧରଣର ଅଦଳବଦଳ

Advertisment
କଣ୍ଟ୍ରୋଲ ରୁମ୍‌ରୁ ପୁଲିସ ଗାଡ଼ି ଟ୍ରାକ୍ କରିହେବ

Shiksha

ରାଉରକେଲା: ରାଉରକେଲା ପୁଲିସ ଜିଲ୍ଲାରେ ଆଜି ଥାନାଧିକାରୀ, ଏସ୍ଆଇସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ସମୁଦାୟ ୧୪ ଜଣ ଇନ୍ସପେକ୍ଟର ଓ ୨ ଜଣ ସବ୍ଇନ୍ସପେକ୍ଟର, ମୋଟ୍ ୧୬ ଜଣଙ୍କୁ ଅଦଳବଦଳ କରାଯାଇଛି। ଏସ୍ପି ମୁକେଶ କୁମାର ଭାମୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ପୁଲିସ୍ ଏଷ୍ଟାବ୍ଲିସମେଣ୍ଟ୍ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଥିବା ଏକାଧିକ ଇନ୍ସପେକ୍ଟରଙ୍କୁ ଥାନା ଦାୟିତ୍ବ ଦିଆଯାଇଛି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ପ୍ରଫୁଲ୍ଲ କୁମାର ବାର୍ଲାଙ୍କୁ ଛେଣ୍ଡ୍ ଥାନାଧିକାରୀଭାବେ ବଦଳି କରାଯାଇଛି। ସେହିଭଳି ମୁଖ୍ୟାଳୟରେ ଅବସ୍ଥାପିତ ବୁଲୁ କୁମାର ସ୍ବାଇଁଙ୍କୁ ଉଦିତନଗର ଥାନାଧିକାରୀ, ଭଗବାନ ପୁଝାରୀଙ୍କୁ ବିଶ୍ରା ଥାନା, ପଦ୍ମାବତୀ କପାଟଙ୍କୁ ଝୀରପାଣି ଥାନା, ସୁବ୍ରତ କୁମାର ମେହେରଙ୍କୁ ପ୍ଲାଣ୍ଟ୍ସାଇଟ୍ ଥାନା, ଦେବଯାନୀ ନାୟକଙ୍କୁ ସେକ୍ଟର-୩ ଥାନା, ପାର୍ବତୀ ହେମ୍ବ୍ରମଙ୍କୁ ସେକ୍ଟର-୧୫ ଥାନା, ଝୀରପାଣି ଥାନାଧିକାରୀ ମାନସ କୁମାର ବାରିକଙ୍କୁ ବ୍ରାହ୍ମଣୀତରଙ୍ଗ ଥାନା, ଉଦିତନଗର ଥାନାଧିକାରୀ ସୁଦର୍ଶନ ପଣ୍ଡାଙ୍କୁ ବନ୍ଧମୁଣ୍ଡା ଥାନା, ସେକ୍ଟର-୩ ଥାନାଧିକାରୀଙ୍କୁ ସରସ୍ବତୀ ଟୁଡ଼ୁଙ୍କୁ ଟିକାୟତପଲ୍ଲୀ ଥାନା, ଚାନ୍ଦିପୋଷ ଥାନାଧିକାରୀ ସତିଶ ଚନ୍ଦ୍ର ନାୟକଙ୍କୁ ସେକ୍ଟର-୭ ଥାନା, ଲାଠିକଟା ଥାନାଧିକାରୀ ଦୀପ୍ତିକାନ୍ତ ପ୍ରଧାନଙ୍କୁ ଗୁରୁଣ୍ଡିଆ, ଛେଣ୍ଡ୍ ଥାନାଧିକାରୀ ରଶ୍ମୀତା ପଟେଲଙ୍କକୁ ପୁଲିସ ମୁଖ୍ୟାଳୟ, ଗୁରୁଣ୍ଡିଆ ଥାନାଧିକାରୀ ଶୁଭରାଜ ଧରୁଆଙ୍କୁ ଲାଠିକଟା ଥାନାକୁ ବଦଳି କରାଯାଇଛି। ସେହିଭଳି ଅନନ୍ତ କୁମାର ସାହୁଙ୍କୁ ଡିଆଇବିକୁ ବଦଳି ହୋଇଥିବାବେଳେ ଟିକାୟତପଲ୍ଲୀ ଏସ୍ଆଇ ତ୍ରୀନାଥ ସେଠୀଙ୍କୁ ମହୁଲପଦା, ମହୁଲପଦା ଏସ୍ଆଇ ଶ୍ରୀ ରାଜେଶଙ୍କୁ ଚାନ୍ଦିପୋଷର ଭାରପ୍ରାପ୍ତ ଥାନାଧିକାରୀଭାବେ ବଦଳି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe