ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବଦାନ୍ୟତା, କୋଭିଡ ରୋଗୀଙ୍କ ପାଇଁ ଦାନ କଲେ ଅକ୍ସିଜେନ କନସେନଟ୍ରେଟର ମେସିନ

Advertisment
ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବଦାନ୍ୟତା, କୋଭିଡ ରୋଗୀଙ୍କ ପାଇଁ ଦାନ କଲେ ଅକ୍ସିଜେନ କନସେନଟ୍ରେଟର ମେସିନ

ବାଲେଶ୍ୱର: ନିଜର ଅବସରକାଳୀନ ଭତ୍ତା ଏବଂ ସଞ୍ଚିତ ଅର୍ଥରୁ ଏକ ଅକ୍ସିଜେନ କନସେନଟ୍ରେଟର ମେସିନ କିଣି କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଜି ଦାନ କରିଛନ୍ତି ଜଣେ ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ। ସେ ହେଉଛନ୍ତି ସ୍ଥାନୀୟ ଗୋପାଳଗାଁ ଅଞ୍ଚଳର ବଳରାମ ବେହେରା।

ଶ୍ରୀ ବେହେ‌ରା ଦେଢ଼ବର୍ଷ ପୂର୍ବରୁ ବାଲେଶ୍ବର ମହିଳା କଲେଜରୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଅବସର ନେଇଛନ୍ତି। ପ୍ରତିଦିନ ସେ ସମା‌ଜର ହିତ ଉଦ୍ଦେଶ୍ୟରେ କିଛି ଅର୍ଥ ସଞ୍ଚୟ କରିଥାନ୍ତି। ଏହା ସହ ପ୍ରକୃତିକୁ ବଞ୍ଚାଇବା ପାଇଁ ସେ ବୃକ୍ଷରୋପଣକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିବା ବେଳେ କରୋନା ମହାମାରୀ ସମୟରେ ଲୋକଙ୍କ ଆବଶ୍ୟକତାକୁ ଅନୁଭବ କରି ନିଜ ସଞ୍ଚିତ ଅର୍ଥ ଓ ପେନସନରୁ ୫୬ ହଜାର ଟଙ୍କାରେ ଏହି ଅକ୍ସିଜେନ କନ୍ସେନଟ୍ରେଟର ମେସିନ କିଣି ସେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିଥିଲେ। ତାଙ୍କର ଏହି ବଦାନ୍ୟତା ପାଇଁ ଜିଲ୍ଲାପାଳ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe