ରେଳଧାରଣାରେ ବେକ ଦେଖାଇ ଅବସରପ୍ରାପ୍ତ ପୁଲିସ ଏଏସଆଇଙ୍କ ଆତ୍ମହତ୍ୟା

Advertisment
ରେଳଧାରଣାରେ ବେକ ଦେଖାଇ ଅବସରପ୍ରାପ୍ତ ପୁଲିସ ଏଏସଆଇଙ୍କ ଆତ୍ମହତ୍ୟା

କଣିହାଁ: ଏନ୍ଟି‌ପିସି କଣିହାଁର ଏମଜିଆର ନିକଟସ୍ଥ ଆମ୍ବପାଳ ଗାଁ ଲେବଲ କ୍ରସିଂ ନିକଟରେ ଆଜି ସକାଳେ କଣିହାଁ ଥାନା ଜରଡ଼ା ଗାଁର ଅବସରର ପ୍ରାପ୍ତ ପୁଲିସ ଏଏସ୍‌ଆଇ ବିରଞ୍ଚି ନାରାୟଣ ପ୍ରଧାନ (୬୩) ନାମକ ଜଣେ ବ୍ୟକ୍ତି ରେଳଲାଇନ ଉପରେ ବେକ ଦେଖାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବରପାଇ ଏନଟିପିସି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତକରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

ପୁଲିସ ସୂଚନାରୁ ପ୍ରକାଶ କଣିହାଁ ଥାନା ଜରଡ଼ା ଗାଁର ଅବସରପ୍ରାପ୍ତ ଏଏସଆଇ ବିରଞ୍ଚି ନାରାୟଣ ପ୍ରଧାନ (୬୫) ଆଜକୁ କିଛି ବର୍ଷ ହେଲା କଣିହାଁ ଥାନା ଦଣ୍ଡସିଂହା ଗାଁ ଗମ୍ଭାରୀଡିହ ଠାରେ ସେ ତାଙ୍କ ପରିବାରକୁ ନେଇ ରହୁଥିଲେ। ଆଜି ସକାଳ ସାଢେ଼ ଆଠଟାବେଳେ ମୃତ ବିରଞ୍ଚି ପ୍ରଧାନ ତାଙ୍କ ଘରୁ ନିଜର ବାଇକରେ ଆସି ଏନଟିପିସି ଏମଜିଆର ନିକଟସ୍ଥ ଆମ୍ବପାଳ ଗାଁ ନିକଟରେ ବାଇକଟିକୁ ରଖି ଟ୍ରେନ ଚାଲୁଥିବା ଅବସ୍ଥାରେ ରେଳଲାଇନ ଉପରେ ସେ ତାଙ୍କ ବେକକୁ ଦେଖାଇ ଦେଇଥିଲେ ସେହି ସମୟରେ ଏକ କୋଇଲା ବୋଝେଇ ରେଳଚାଲିଯିବାରୁ ତାଙ୍କର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଥିଲା । ପାରିବାରିକ କୋଣସି କାରଣକୁ ନେଇ ସେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ଦିନ ସାଢେ ବାରଟାବେଳେ ମୃତ ବିରଞ୍ଚି ପ୍ରଧାନଙ୍କ ଶବକୁ ବ୍ୟବଚ୍ଛେଦପାଇଁ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ପଠା ଯାଇଥିବା ଏନଟିପିସି ଥାନା ଅଧିକାରୀ ଦୀପିକା ଦେବୀ ରାୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe