କରୋନା ଆକ୍ରାନ୍ତ ଅବସରପ୍ରାପ୍ତ ଏକ୍ସ୍‌-ରେ ଟେକ୍ନିସିଆନଙ୍କ ଜୀବନ ଗଲା

Advertisment
କରୋନା ଆକ୍ରାନ୍ତ ଅବସରପ୍ରାପ୍ତ ଏକ୍ସ୍‌-ରେ ଟେକ୍ନିସିଆନଙ୍କ ଜୀବନ ଗଲା

ନାଲକୋନଗର: ଅନୁଗୁଳ ଜିଲ୍ଲା ନାଲକୋନଗର ଡାକ୍ତରଖାନାର ଅବସରପ୍ରାପ୍ତ ଏକ୍ସ୍‌-ରେ ଟେକ୍ନିସିଆନଙ୍କ ପରଲୋକ ହୋଇଛି। ତାଙ୍କ ନାଁ ବସନ୍ତ କୁମାର ତରାଇ। ସେ ମାସେ ତଳେ ସପରିବାର ସହ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ। ପରେ ତାଙ୍କ ଦେହ ଗୁରୁତର ହୋଇଥିଲା। ସେ ଶ୍ୱାସ ଜନିତ ରୋଗ ପାଇଁ ଚିକିତ୍ସିତ ହେଉଥିଲେ। ନାଲକୋ ଡାକ୍ତରଖାନାରୁ ଗତ ସେପ୍ଟେଟର ମାସରେ ଏକ୍ସ୍‌-ରେ ଟେକ୍ନିସିଆନ ପଦବିରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ଆନୁଷ୍ଠାନିକ (ଅଫିସଆଲ) ଭାବେ ସେ ଅବସର ନେଇନଥିଲେ। ଏନେଇ କଟକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପୁତ୍ର  ଶ୍ରୀକାନ୍ତ ତରାଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe