ଅଜଣା ପିକ୍‌-ଅପ୍‌ ଭ୍ୟାନ୍‌ ଧକ୍କାରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

Advertisment
ଅଜଣା ପିକ୍‌-ଅପ୍‌ ଭ୍ୟାନ୍‌ ଧକ୍କାରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ବରପାଲି: ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବନ୍ଦପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ପଣ୍ଡିତ ଗୁଣନିଧି ଦାଶ(୭୧)ଙ୍କ ଆଜି ଦିନ ପ୍ରାୟ ୧୨ଟାରେ ଅଜଣା ପିକ୍‌-ଅପ୍‌ ଭ୍ୟାନ୍‌ ଧକ୍କାରେ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଗୁଣନିଧି ଦାଶ ନିଜ ଘରକୁ ବାଇକ୍‌ (ଓଡ଼ି ୧୭ ଏଲ୍‌-୯୩୩୨)ରେ ଫେରୁଥିବା ସମୟରେ ବନ୍ଦପାଲି ପଟରୁ ଆସୁଥିବା ଏକ ପିକ୍‌-ଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ଶ୍ରୀ ଦାଶ ଛିଟିକି ପଡିଥିଲେ ଏବଂ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଫଳରେ ମୁଣ୍ଡ ଫାଟିଯାଇ ରକ୍ତରେ ଜୁଡୁବୁଡୁ ହୋଇ ପ୍ରାଣ ଚାଲିଯାଇଥିଲା।

ଏନେଇ ବନ୍ଦପାଲି ଗ୍ରାମ ତଥା ଅଞ୍ଚଳର ଜଣାଶୁଣା ଭଦ୍ରବ୍ୟକ୍ତି, ସମାଜସେବୀ, ବନ୍ଦପାଲି ଗ୍ରାମର ହାଇସ୍କୁଲ, ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ଓ ବିଶିଷ୍ଠ ବ୍ୟକ୍ତି ରହିଥିବା ହେତୁ ତାଙ୍କ ମୃତ୍ୟୁ ଖବର ପାଇ ବହୁ ଜନସାଧରଣ ରୁଣ୍ଡ ହୋଇ ଧକ୍କାଦେଇ ଫେରାର ମାରିଥିବା ପିକ୍‌-ଅପ୍‌କୁ ଧରିବା ପାଇଁ ଦାବି ଜଣାଇଥିଲେ। ଏନେଇ ଘଟଣା ସ୍ଥଳରେ ବରପାଲି ପୁଲିସ ପହଂଚି ଏକ ମାମଲା ରୁଜୁ କରିବା ସହ ସମସ୍ତଙ୍କୁ ବୁଝାସୁଝା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶ୍ରୀ ଦାଶଙ୍କ ୨ ପୁଅ ଗୋଟିଏ ଝିଅ ସହ ତାଙ୍କ ସ୍ତ୍ରୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe