ନିଶା ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ଦୁର୍ବୃତ୍ତ ଲୁଟି ନେଲେ ମୋବାଇଲ ଓ ସୁନା ମୁଦି ସହ ବ୍ୟାଗ୍‌

ମୁଣ୍ଡରେ ବନ୍ଧୁକ ଲଗେଇ ଲୁଟିଲେ ଲକ୍ଷାଧିକ ଟଙ୍କା

imageCitySpidey

ଢେଙ୍କାନାଳ: ଓଡ଼ାପଡ଼ା ବ୍ଲକ ପୋଡାପଡ଼ା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବସନ୍ତ କୁମାର ପଣ୍ଡାଙ୍କ ଠାରୁ ଦୁର୍ବୃତ୍ତମାନେ ଆଜି ନିଶା ଦେଇ ତାଙ୍କ ଠାରୁ ସ୍ମାର୍ଟ ମୋବାଇଲ, ସୁନା ମୁଦି, ପର୍ସ, ବ୍ୟାଗ ଆଦି ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ସେଠାରେ ରାସ୍ତାରେ ପକାଇଦେଇ ଫେରାର ହୋଇଯାଇଛନ୍ତି। ସେହି ରାସ୍ତା ଦେଇ ଯାଉଥିବା ହେଲ୍ପଙ୍ଗି ହାଣ୍ଡର ସଦସ୍ୟମାନେ ଶ୍ରୀ ପଣ୍ଡାଙ୍କୁ ଦେଖି ଉଦ୍ଧାର ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏବଂ ପରିବାର ଲୋକକୁ ଖବର ଦେଇଥିଲେ। ଚିକିତ୍ସାଳୟ ପକ୍ଷରୁ ଘଟଣା ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ କରାଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପଣ୍ଡା ଆଜି କୌଣସି କାମରେ ଢେଙ୍କାନାଳ ସହରକୁ ବସରେ ଆସିଥିଲେ। ମଧ୍ୟାହ୍ନରେ ସେ ନିଜ ଗ୍ରାମକୁ ଫେରୁଥିବା ବେଳେ ପଞ୍ଚୁପଟି ଠାରେ ଦୁର୍ବୁତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe