ରାଜସ୍ୱ ସଚିବଙ୍କ ବୋରିଗୁମ୍ମା ଗସ୍ତ 

ରାଜସ୍ୱ ସଚିବଙ୍କ ବୋରିଗୁମ୍ମା ଗସ୍ତ 

ବୋରିଗୁମ୍ମା: କୋରପୁଟ ଜିଲ୍ଲା ବୋରିଗୁମ୍ମା ଗସ୍ତରେ ଓଡ଼ିଶାର ରାଜସ୍ୱ ସଚିବ। ଆଜି ବୋରିଗୁମ୍ମା ବ୍ଲକ କୁମୁଲି ଏବଂ କାମତା ଗସ୍ତରେ ଯାଇ ସରକାରୀ ଉଚ୍ଚ ବିଦ୍ୟାଳୟ କୁମୁଲି ପରିଦର୍ଶନ କରିଥିଲେ ରାଜସ୍ୱ ସଚିବ ବିଷ୍ଣୁ ପ୍ରସାଦ ସେଠୀ ଏବଂ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅକତର। ସ୍ମାର୍ଟ କ୍ଲାସ ଏବଂ ବିଦ୍ୟାଳୟରେ ଉନ୍ନତି ମୂଳକ କାର୍ଯ୍ୟ ତଦାରଖ କରିଥିଲେ।

ସେହିପରି କାମତା ମିଶନ ଶକ୍ତି ବୁଲି ଦେଖିଥିଲେ। ପରେ ବୋରିଗୁମ୍ମା ମିଶନ ଶକ୍ତି କ୍ୟାଣ୍ଟିନ ପରିଦର୍ଶନ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଥିଲେ ଏବଂ କେନ୍ଦ୍ରୀୟ ପାଠାଗାର ବୁଲି ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ ବୋରିଗୁମ୍ମା ତହସିଲଦାର ସୁବାଷ ରଇତ, ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା ଏବଂ ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe