କ୍ଷତିଗ୍ରସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ମରାମତି ପାଇଁ ମିଳିବ ୨ ଲକ୍ଷ ଟଙ୍କା: ନବୀନ

Advertisment
ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସହାୟତା ଘୋଷଣା: ୩୦ ହଜାର ଉଠା ଦୋକାନୀଙ୍କୁ ମିଳିବ ୧୦-୧୦ ହଜାର ଟଙ୍କା

କେନ୍ଦ୍ରାପଡ଼ା: କ୍ଷତିଗ୍ରସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ମରାମତି ପାଇଁ ୨ ଲକ୍ଷ ଟଙ୍କା ସହାୟତା ମିଳିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), ଚାଷୀ ଓ ମତ୍ସ୍ୟଜୀବୀଙ୍କୁ ତୁରନ୍ତ ସହାୟତା ପ୍ୟାକେଜ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ଗୁରୁବାର କହିଛନ୍ତି। ରାଜ୍ୟ ସରକାରଙ୍କ ଯୋଜନାରେ ଯେପରି କୌଣସି ହିତାଧିକାରୀ ବାଦ ନପଡ଼ନ୍ତି ସେଥିପ୍ରତି ଦୃଷ୍ଟି ଦେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସମ୍ମିଳନୀ କକ୍ଷରେ ବାତ୍ୟା ‘ଫନି’ ସମୀକ୍ଷା କରି ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି, କେନ୍ଦ୍ରାପଡ଼ାରେ ବିଜୁଳି ଓ ପାନୀୟ ଜଳ ସ୍ୱାଭାବିକ ହୋଇିଛ। ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ୩୦ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହେବ। ପ୍ରତି ବାତ୍ୟା ଆଶ୍ରୟସ୍ଥଳରେ ୨ କୋଟି ଟଙ୍କା ଖର୍ଚ୍ଚ ହେବ।

publive-image

ମୁଖ୍ୟମନ୍ତ୍ରୀ ନବୀନ ଆଜି ଜିଲ୍ଲାର ମାର୍ଶାଘାଇ ତହସିଲର ଲକ୍ଷ୍ମୀପ୍ରିୟାଙ୍କୁ ୯୫,୧୦୦ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe