୩ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

Advertisment
ଲୋକାୟୁକ୍ତଙ୍କ ନିର୍ଦେଶକ୍ରମେ ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ମାମଲାର ଭିଜିଲାନ୍ସ ତଦନ୍ତ ଆରମ୍ଭ

ଖଜୁରୀପଡ଼ା: ଲାଞ୍ଚ ନେଇ ଭିଜଲାନ୍ସ ହାତରେ ଧରା ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ କାର୍ଯ୍ୟାଳୟ ଅଧୀନ ଗୁଦାରୀ ରାଜସ୍ବ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ସୁନିଲ କୁମାର ଦିଗାଲ। ଜମିଜମା ଭାଗବଣ୍ଟା ସମାଧାନ ପାଇଁ ରାଜସ୍ବ ନିରୀକ୍ଷକ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସୂଚନା ପ୍ରକାରେ ଅଭିଯୋଗକାରୀ ଜମି ଭାଗବଣ୍ଟା ମାମଲା ସମାଧାନ ନେଇ ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟକୁ ଆସିଥିବା ବେ‌ଳେ ସେ ୩ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ। ଆଜି ସକାଳ ୧୧ଟା ୩୦ ସମୟରେ ପୂର୍ବ ଯୋଜନା ପ୍ରକାରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଭିତରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଛକି ରହିଥିବା ଭିଜିଲାନ୍ସ ପୁଲିସ ତାଙ୍କୁ ଧରିବା ସହ ଟଙ୍କା ମଧ୍ୟ ଜବତ କରିଛନ୍ତି। ଏ ନେଇ ଖଜୁରୀପଡ଼ା ତହସିଲଦାର ସ୍ୱପ୍ନିତା ନାୟକଙ୍କ ପ୍ରତିକ୍ରିୟା ନେବାରୁ ପୂର୍ବରୁ ଏଭଳି କିଛି ଅଭିଯୋଗ ତାଙ୍କ ପାଖକୁ ଆସିଥିଲା ଏବଂ ସେ ସଂପୃକ୍ତ ରାଜସ୍ବ ନିରୀକ୍ଷକଙ୍କୁ ବାରମ୍ବାର ତାଗିଦ୍ କରିଥିବା ବେଳେ ଗୋଟିଏ ମାସର ଦରମା ବନ୍ଦ କରି ସତର୍କ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe