ଡିସେମ୍ବର ୮ରୁ ଧାନ ସଂଗ୍ରହ:୫ ଲକ୍ଷ କୁଇଣ୍ଟାଲ ଧାର୍ଯ୍ୟ

Advertisment
ଡିସେମ୍ବର ୮ରୁ ଧାନ ସଂଗ୍ରହ:୫ ଲକ୍ଷ କୁଇଣ୍ଟାଲ ଧାର୍ଯ୍ୟ

ଦେବଗଡ: ଗୁରବାର ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଦେବଗଡ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପୂୂର୍ଣ୍ଣଚନ୍ଦ୍ର ପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ, ଡିଆରଡିଏ ପିଡି ଭିନସେଣ୍ଟ ପୁନମକାନ୍ତ ଏକ୍କା, ଉପଜିଲ୍ଲାପାଳ ବିମଳେନ୍ଦୁ ମିଶ୍ର, ଏଏସପି ଦେବୀପ୍ରସାଦ ଦାଶଙ୍କ ସମେତ ସାଂସଦ ପ୍ରତିନିଧି ସୁଜିତ ପ୍ରଧାନ, ବିଧାୟକ ପ୍ରତିନିଧି ଗୁଣାକର ବେହେରା, ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କର ସଭାପତି ଅମରେନ୍ଦ୍ର ଗଙ୍ଗଦେବ ପ୍ରମୁଖ ଯୋଗ ଦେଇଥିଲେ। ୨୦୧୭-୧୮ ଖରିଫ ବର୍ଷ ନିମନ୍ତେ ଧାନକ୍ରୟ ସମ୍ବନ୍ଧୀୟ ନୀତି ନିର୍ଦ୍ଧାରଣ ଉପରେ ଆଲୋଚନା ହୋଇଥିଲା। ଚଳିତ ଖରିଫ ବର୍ଷରେ ୫ ଲକ୍ଷ କ୍ୱିଣ୍ଟାଲ ଧାନ ଯେପରି ସଂଗ୍ରହ କରାଯାଇପାରିବ ସେଥିପାଇଁ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ ସମ୍ପାଦନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।

ଆସନ୍ତା ଡିସେମ୍ବର ୮ ତାରିଖଠାରୁ ଜିଲ୍ଲାରେ ଥିବା ୨୯ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ କେନ୍ଦ୍ର ଖୋଲାଯାଇ ଚାଷୀଙ୍କଠାରୁ ଧାନ କ୍ରୟ କରାଯିବ। ଚଳିତ ବର୍ଷ ସାଧାରଣ ଧାନର କ୍ରୟମୂଲ୍ୟ କ୍ୱିଣ୍ଟାଲ ପିଛା ୧୫୫୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଏ’ ଗ୍ରେଡ୍‌ ଧାନର ମୂଲ୍ୟ କ୍ୱିଣ୍ଟାଲ ପିଛା ୧୫୯୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଧାନକ୍ରୟ ସମ୍ବନ୍ଧୀୟ ସବିଶେଷ ପ୍ରଚାର ନିମନ୍ତେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ। ଧାନ ସଂଗ୍ରହ ସମ୍ବନ୍ଧୀୟ ସୂଚନା ଏବଂ ତଦାରଖ ନିମନ୍ତେ ଜିଲ୍ଲାସ୍ତରରେ କଣ୍ରୋ୍ଟଲ ରୁମ ଖୋଲାଯିବ। ବୈଠକ ପ୍ରାରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ପୁରୁଷୋତମ ଲେଙ୍କା ଆଲୋଚ୍ୟ ବିଷୟବସ୍ତୁ ପ୍ରଦାନ କରିଥିଲେ। ସମସ୍ତ ବିଡିଓ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ, କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ, କୃଷି ବିଭାଗର ଅଧିକାରୀ, ଆରଏମସି ସମ୍ପାଦକଙ୍କ ସମେତ ଚାଷୀ ପ୍ରତିନିଧି ପ୍ରସନ୍ନ ପଟେଲ, ଜୟକୃଷ୍ଣ ପ୍ରଧାନ, ଅରୁଣ ସାହୁ, ତରଣୀସେନ ପ୍ରଧାନ ଏବଂ ଜିଲ୍ଲା ଯୋଗାଣ ବିଭାଗର କ୍ଷେତ୍ର ଅଧିକାରୀମାନେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe