ଧାନ ବିଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର : ଅତ୍ୟାଧିକ ମଦ୍ୟପାନ ଯୋଗୁଁ ମୃତ୍ୟୁ ସନ୍ଦେହ

Advertisment
ଧାନ ବିଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର : ଅତ୍ୟାଧିକ ମଦ୍ୟପାନ ଯୋଗୁଁ  ମୃତ୍ୟୁ ସନ୍ଦେହ

Dissolve

ତେନ୍ତୁଳିଖୁଣ୍ଟି : ଗୁରୁବାର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି -କୁର୍ମାକୋଟ ରାସ୍ତାରେ ଥିବା ଏକ ଧାନ ବିଲରୁ ଜଣେ ବୃଦ୍ଧାଙ୍କ ମୃତଦେହ ତେନ୍ତୁଳିଖୁଣ୍ଟି ପୁଲିସ ଉଦ୍ଧାର କରିଛି। ମୃତ ବୃଦ୍ଧା ଜଣକ ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଞ୍ଚାୟତ ଅନ୍ତର୍ଗତ ସଲପା ଗ୍ରାମର ପ୍ରତିମା ମୁଦୁଲି(୬୦)ବୋଲି ଜଣାପଡ଼ିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ବୃଦ୍ଧାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି। ତେବେ ଅତ୍ୟାଧିକ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ସଲପା ଗ୍ରାମର ହରି ମୁଦୁଲିଙ୍କ ସ୍ତ୍ରୀ ପ୍ରତିମା ମୁଦୁଲି ଗତ ତିନିଦିନ ପୂର୍ବରୁ ତେନ୍ତୁଳିଖୁଣ୍ଟି ଆସ  ନିଜ ସମ୍ପର୍କୀୟଙ୍କ ଘରେ ରହିଥିଲେ। ତେବେ ସେ ଗତ କିଛିଦିନ ହେଲା ମଦ୍ୟପାନ କରି ଖିଆପିଆ ଛାଡ଼ି ଦେଇଥିଲେ। ଗତକାଲି ସନ୍ଧ୍ୟାରେ ୭.୩୦ରେ ତେନ୍ତୁଳିଖୁଣ୍ଟିରୁ ସଲପା ଗ୍ରାମ ଅଭିମୁଖେ ବାହାରି  ଆଉ ଘରକୁ ଫେରି ନ ଥିଲେ।

publive-image BBC.com

ଆଜି ସକାଳୁ ପ୍ରତିମା ମୁଦୁଲିଙ୍କ ମୃତଦେହ ବିଲ ମଝିରେ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହାପରେ ପ୍ରତିମାଙ୍କ ସ୍ୱାମୀ ତେନ୍ତୁଳିଖୁଣ୍ଟି ଥାନାରେ ଏ ନେଇ ଏତଲା ଦେଇଛନ୍ତି। ପ୍ରତିମାଙ୍କ ମୃତ୍ୟୁ ଖାଦ୍ୟଭାବ ଯୋଗୁଁ ନା ମଦ୍ୟପାନ ଜନିତ କାରଣରୁ ହୋଇଛି ତାହା ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ। ଏହି ଘଟଣାକୁ ନେଇ ତେନ୍ତୁଳିଖୁଣ୍ଟି ଥାନାରେ କେଶ ନଂ ୨୪/୨୦୧୯ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସଆଇ ଅଭିମନ୍ୟୁ ଦୁର୍ଗା କେଶର ତଦନ୍ତ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe