ସଡ଼କ ଦୁର୍ଘଟଣାରେ ୪ ଗୁରୁତର, ୨୦ ରୁ ଉର୍ଦ୍ଧ୍ୱ ଆହତ   

ସଡ଼କ ଦୁର୍ଘଟଣାରେ ୪ ଗୁରୁତର, ୨୦ ରୁ ଉର୍ଦ୍ଧ୍ୱ ଆହତ   

Mid-Day

ବାଂଶପାଳ: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା  ୪୯ ନମ୍ୱର ଜାତୀୟ ରାଜପଥ କାଞ୍ଜିପାଣି ଥାନା କୁଆଁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଭାରସ୍ୟାମ ହରାଇ ଏକ ମହିନ୍ଦ୍ରା ପିକଅପ ମିନିଟ୍ରକ ଓଲଟି ପଡିବାରୁ ୪ ଜଣ ଗୁରୁତର ହେବା ସହ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି।

ସୁଚନାଯୋଗ୍ୟ, ବାଂଶପାଳ ବ୍ଲକ ହଳଦୀପାଣି ଗ୍ରାମରୁ ରାଇସୁଆଁ ବଳଦାପାଳ ଗ୍ରାମକୁ ଝିଅ ଘରକୁ ସାଦ ଖିଆ ପାଇଁ ଯାଉଥିବା ବେଳେ କୁଆଁର କଲୋନୀ ଛକ ଠାରେ ଦୁର୍ଘଟଣା ଘଟିଛି। ଖବର ପାଇ ଘଟଣାସ୍ଥଳରେ କାଞ୍ଜିପାଣି ଥାନା ପୁଲିସ ଓ ସ୍ଥାନୀୟ ଲୋକେ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରି ୨ଟି ୧୦୮ ଆମୁଲାନ୍ସ ଯୋଗେ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତୁଳସୀ ଦେହୁରୀ ,ସୁକାନ୍ତି ଦେହୁରୀ,କବିତ୍ରା ଦେହୁରୀ,ଚିଲ ଦେହୁରୀଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ଯାତ୍ରୀ ହଳଦୀପାଣି ଗ୍ରାମର ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe