ସଡକ ଦୁର୍ଘଟଣାରେ ଲ୍ୟାମ୍ପ ଶାଖା ପରିଚାଳକଙ୍କ ମୃତ୍ୟୁ

Advertisment
ସଡକ ଦୁର୍ଘଟଣାରେ ଲ୍ୟାମ୍ପ ଶାଖା ପରିଚାଳକଙ୍କ ମୃତ୍ୟୁ

ବୋରିଗୁମ୍ମା: ବୋରିଗୁମ୍ମା ସହର ଦେଇ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥ ଫାୟାର ଷ୍ଟେସନ ନିକଟରେ ଏକ ସଡକ ଦୁର୍ଘଟଣାରେ ବୋରିଗୁମ୍ମା ଲ୍ୟାମ୍ପ ଶାଖା ପରିଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ଶାଖା ପରିଚାଳକ ଙ୍କ ନାମ ପି.କିରଣ କୁମାର। ସେ ଗତ ୨୦୧୦ ମସିହା ଠାରୁ ବୋରିଗୁମ୍ମା ଲ୍ୟାମ୍ପରେ କାର୍ଯ୍ୟ କରି ଆସୁଥିଲେ। ଗତ ଦୁଇ ବର୍ଷ ହେଲା ଲ୍ୟାମ୍ପର ଶାଖା ପରିଚାଳକ ଭାବେ ଦାୟିତ୍ୱ ତୁଲାଉଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ ଯେ ପି.କିରଣ କୁମାର ବଣ୍ଡାଗୁଡା ପେଟ୍ରୋଲ ପମ୍ପରେ ନିଜ ବାଇକ ଓଡ଼ି -୧୦ଜି ୨୭୩୫ରେ ପେଟ୍ରୋଲ ପକାଇ ନିଜ ଘରକୁ ଯିବା ସମୟରେ ଫାୟାର ଷ୍ଟେସନ ନିକଟରେ ଠିଆ ହୋଇଥିବା ପିକ ଅପ ଓଡ଼ି -୧୦ଏଚ ୨୬୦୫ ନମ୍ବରରେ ପଛ ପଟୁ ପିଟି ହୋଇଯାଇଥିଲେ। ଦୁର୍ଘଟଣାଟି ଏତେ ଜୋରରେ ହୋଇଥିଲା ଯେ ପି.କିରଣ କୁମାର ଙ୍କ ମୁଣ୍ଡ, ନାକ, କାନ ରୁ ଘଟଣା ସ୍ଥଳରେ ହିଁ ରକ୍ତ ଶ୍ରାବ ହୋଇଥିଲା।।

ପ୍ରଥମେ ବୋରିଗୁମ୍ମା ମେଡ଼ିକାଲ ପରେ କୋରାପୁଟ ମେଡ଼ିକାଲ କଲେଜକୁ ନେବା ସମୟରେରେ ବାଟରେ କିରଣଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ କିରଣ ବୟସ ମାତ୍ର ୩୩ ବର୍ଷ ହୋଇଥିଲା। ଏତେ କମ ବୟସରେ ଲ୍ୟାମ୍ପ ଶାଖା ପରିଚାଳକ ଭାବେ କାର୍ଯ୍ୟ କରି ସମସ୍ତ ସହ ନିଜର ହୋଇପାରିଥିଲେ। ଏନେଇ ବୋରିଗୁମ୍ମା ଥାନାରେ ଏକ ମାମଲା କେସ ନମ୍ବର ୧୮୫ /୨୧ ଦଫା ୨୭୯,୩୦୪(ଏ) ରୁଜୁ କରାଯାଇଥିବା ବେଳେ ତଦନ୍ତକାରୀ ସୁବାସ ଚନ୍ଦ୍ର ଷଡ଼ଙ୍ଗୀ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାଯାଇଛି। ମୃତ କିରଣଙ୍କ ଶଵ ବ୍ୟବଚ୍ଛେଦ ପରେ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ପି.କିରଣ କୁମାର ବିବାହିତ, ତାଙ୍କ ଗୋଟିଏ ପୁଅ ଓ ଝିଅ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe