ହାଇୱା ଓ ବୁଲେଟ ମୁହାଁମୁହିଁ ଧକ୍କା; ଦୁଇ ଗୁରୁତର

Advertisment
ହାଇୱା ଓ ବୁଲେଟ ମୁହାଁମୁହିଁ ଧକ୍କା; ଦୁଇ ଗୁରୁତର

ସମ୍ବଲପୁର: ସମ୍ବଲପୁର ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଆମଳିପାଣି ନିକଟରେ ବୁଧବାର ସକାଳେ  ହାଇୱା ଓ ବୁଲେଟ ମୁହାଁମୁହିଁ ଧକ୍କା ହେବା ଫଳରେ ଏକ ଦୁର୍ଘଟଣା ଘଟିଥିଲା। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁତର ଦ୍ୱୟ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅଞ୍ଚଳର ନିଲୁ ସାହୁ (୫୫) ଓ ସୋନୁ ବାରିକ (୨୪) ବୋଲି ଜଣାପଡ଼ିଛି।

publive-image

ସୂଚନାଯୋଗ୍ୟ, ଆଜି ସକାଳ ସାଢ଼େ ଆଠଟା ବେଳେ ରେଢ଼ାଖୋଲ ଆଡୁ ଏକ ହାଇୱା(ଓଡ଼ି ୧୫ ଏଫ ୭୭୬୮)ଯୁଯୁମୁରା ଆସୁଥିଲା। ଏହି ସମୟରେ ବିପରୀତ ଦିଗରୁ ବୁଲେଟ(ଓଡ଼ି ୦୨ବିଜି ୫୪୩୩) ସମ୍ବଲପୁରରୁ କଟକ ଅଭିମୁଖେ ଯାଉଥିଲା। ଏତିକି ବେଳେ ବୁଲେଟ ଏହି ହାଇୱା ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟଲୋକେ ଓ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଯାତ୍ରୀମାନେ ଏହି ଦୁର୍ଘଟଣା ଘଟିବା ଦେଖି ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଦୁଇଗୁରୁତରଙ୍କୁ ସେଠାରୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଦେଇଥିଲେ।

publive-image

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଯୁଯୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମେଡ଼ିକାଲରେ ଭିର୍ତ୍ତି କରିଛି। ଡାକ୍ତର ସେମାନଙ୍କ ଚିକିତ୍ସା ଜାରି କରିଛନ୍ତି। ପୁଲିସ ଦୁଇ ଆହତଙ୍କ ଠାରୁ ସେମାନଙ୍କ ପରିବାରଲୋକଙ୍କ ଠିକଣା ନେଇ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe