ଗଛ ପଡ଼ି ରାସ୍ତା ଅବରୋଧ

Advertisment
ଗଛ ପଡ଼ି ରାସ୍ତା ଅବରୋଧ

ଦୈତାରି: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଦୈତାରିସ୍ଥିତ ଓଡ଼ିଶା ଖଣି ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଗଛ ପଡ଼ିବାରୁ ମୁଖ୍ୟରାସ୍ତା ଅବରୋଧ ହୋଇଛି। ଲଘୁଚାପ ଜନିତ ଲଗାଣ ବର୍ଷାରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ବିଦ୍ୟୁତ୍ ତାର ଛିଡ଼ିବା ସହ ରାସ୍ତା ଅବରୋଧ ହୋଇଥିଲା।

ଫଳରେ ବହୁ ସମୟ ଧରି ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେବା ସହ ଗାଡ଼ି ଚଳାଚଳରେ ସମସ୍ୟା ଉପୁଜି ଥିଲା। ପରେ ଓଏମ୍‌ସି ପକ୍ଷରୁ ଗଛ କାଟି ରାସ୍ତା ସଫା କରାଯିବା ପରେ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe