ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର କଟକ- ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର କଟକ- ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ

କଟକ: ଲଗାତର ଭାବେ ବୃଦ୍ଧି ପାଇ ଚାଲିଥିିବା ପେଟ୍ରୋଲ ଦରକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିିବା ଅଭିଯୋଗ କରି ଆଜି ସକାଳେ କଂଗ୍ରେସ ଦଳ କଟକ ଶାଖା ପକ୍ଷରୁ କଟକ- ଭୁବନେଶ୍ୱର ଜାତୀୟ ରାଜପଥର ଗୋପାଳପୁର ଟ୍ରାଫିକ ଛକ ନିକଟରେ ରାଜପଥ ଅବରୋଧ ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛିି। ଶହଶହ ସଂଖ୍ୟାରେ କଂଗ୍ରେସ କର୍ମୀ ରାସ୍ତା ଉପରେ ଟାୟାର ଜାଳି ରାଜପଥ ଅବରୋଧ କରିଥିବାରୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ହଜାହଜାର ସଂଖ୍ୟାରେ ଯାନବାହାନ ଅଟକି ରହିଛି।
ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ବାରମ୍ବାର ବୃଦ୍ଧି ପାଉଥିବା ପେଟ୍ରୋଲ ଦରକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ପେଟ୍ରୋଲ ଦର ଲିଟର ପ୍ରତି ୭୮ ଟଙ୍କାରୁ ଊର୍ଧ୍ୱ ହୋଇସାରିଛି। ପେଟ୍ରୋଲ ଦରର ଏହି ଊର୍ଧ୍ୱ ମୁଖୀ ଅଭିବୃଦ୍ଧିିରେ ଜନସାଧାରଣ ତ୍ରାହୀତ୍ରାହୀ ଡାକ ଛାଡ଼ୁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଲୋକଙ୍କ ଚିତ୍କାର ଶୁଭୁନାହିଁ। ଏହାର ପ୍ରତିବାଦରେ ଆଜି କଂଗ୍ରେସ ନେତା ମହମ୍ମଦ ମୁକିମଙ୍କ ନେତୃତ୍ୱରେ ଶହଶହ କଂଗ୍ରେସ କର୍ମୀ ଗୋପାଳପୁର ଟ୍ର୍ରାଫିକ ଛକ ଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାଶୁଝା କରି ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପ୍ରବର୍ତ୍ତାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe