ଗଛ ପଡି ରାସ୍ତା ଅବରୋଧ  

ଗଛ ପଡି ରାସ୍ତା ଅବରୋଧ  

ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏଡୁଗୁମବାଲଶା ଓ ଗୋଇମାଡା ରାସ୍ତା ଉପରେ ଏକ ଗଛ ପଡି ରହିଛି। କିଛି ଦୁର୍ବୁତ୍ତ ହେବ ଏହି ଗଛରେ ନିଆଁ ଲଗାଈ ଥିବାରୁ ଗଛର ଭିତର ଅଂଶ ଜଳି ଯାଇ ଥିବାରୁ ଆଜି ମ‌ଧ୍ୟାହ୍ନରେ ପଡିବାରୁ ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଥିଲା।

ଆନ୍ଦ୍ର ସୀମାନ୍ତର ରାଜ୍ୟ ପାର୍ବତୀପୁରମକୁ ଚିକିତ୍ସା ଓ ଅନ୍ୟାନ୍ୟ କାମରେ ଯାଉଥିବା ଲୋକେ ନାହିଁ ନ ଥିବା ହଇରାଣ ହୋଇଥିବା ଦେଖିବାକୁ ମିଳିଛିଲା। ସଙ୍ଗେ ସଙ୍ଗେ ବନ୍ଧୁଗାଁ ବ୍ଲକ ଅଗ୍ନିଶମ ଅଧିକାରୀ ଓ ଶ୍ରମ ଅଧିକାରୀଙ୍କୁ ଖବର ଦିଆଯାଇଥିଲା। କର୍ତ୍ତୃପକ୍ଷ ଗଛକୁ କାଟି ସଫା କରିବା ପରେ ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe