ଉତ୍କଳ ଆଲୁମିନା ପକ୍ଷରୁ ରାୟଗଡା ପୁଲିସକୁ ରୋଡ ବ୍ୟାରିୟର ପ୍ରଦାନ

Advertisment
ଉତ୍କଳ ଆଲୁମିନା ପକ୍ଷରୁ ରାୟଗଡା ପୁଲିସକୁ ରୋଡ ବ୍ୟାରିୟର ପ୍ରଦାନ

Sambad

ରାୟଗଡା: କାରଖାନା ଏବଂ ଖଣିଗୁଡିକ ଚତୁର୍ପାଶ୍ୱର୍ରେ ବାସ କରୁଥିବା ଗୋଷ୍ଠୀ ଗୁଡ଼ିକର ନିରାପତ୍ତା ଦିଗରେ ନିଜର ଦୃଢ଼ ଉତ୍ସର୍ଗୀକୃତ ଭାବକୁ ଆଗେଇ ନେଇ ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ସହଯୋଗୀ କମ୍ପାନି ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍‍) ଚଳିତମାସ ୨୨ ତାରିଖରେ ରାୟଗଡ଼ା ଜିଲ୍ଲା ପୁଲିସ ପ୍ରଶାସନକୁ ଏକ ମହତ ପ୍ରୟାସ ଭାବରେ ୬୦ଟି ସଡ଼କ ସୁରକ୍ଷା ବ୍ୟାରିୟର ହସ୍ତାନ୍ତର କରିଛି। ଏହି ସଡ଼କ ସୁରକ୍ଷା ବ୍ୟାରିୟର ଗୁଡିକ ଯାନବାହନ ଗୁଡିକର ବେଗ ହ୍ରାସ କରିବା ସହିତ ଅପ୍ରତ୍ୟାଶିତ ଦୁର୍ଘଟଣା ଏବଂ ସଡ଼କପାଶ୍ୱର ବିପଦକୁ ହ୍ରାସ କରିପାରିବ। ରାୟଗଡା ଏସପି ବିବେକାନନ୍ଦ ଶର୍ମା, ୟୁନିଟ୍‍ ହେଡ ଓ ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା ମଜହର ବେଗ, ୟୁନିଟ ଏଚ୍‍ଆର ହେଡ୍‍, ଉତ୍କଳ ଆଲୁମିନା ବିଜୟ କୁମୁରା, ଦୋରାଗୁଡା ଆଇଆଇସି ଦୋରାଗୁଡା କିରଣବାଳା ସାମଲଏବଂ ଟିକିରି ଥାନାର ଅଧିକାରୀବୃନ୍ଦ ଏବଂ ଉତ୍କଳ ଆଲୁମିନାର କାର୍ଯ୍ୟକର୍ତ୍ତାଗଣଙ୍କ ଉପସ୍ଥିତିରେ ଏହି ସଡ଼କ ବ୍ୟାରିୟର ଗୁଡିକ ଉତ୍କଳ ଆଲୁମିନା ପକ୍ଷରୁ  ପୁଲିସ ପ୍ରଶାସନକୁ ପ୍ରଦାନ କରାଯାଇଥିଲା।

ଉତ୍କଳ ଆଲୁମିନା ଏହାର ପରିସୀମା ଭିତରେ ଏବଂ ବାହାରେ ଦମ୍‍ଦାର ନିରାପତ୍ତା ସଂସ୍କୃତି ବଜାୟ ରଖିବା ନିମନ୍ତେ ଏହାର ପ୍ରତିବଦ୍ଧତାରେ ଅବିଚଳିତ ରହିଛି ଏବଂ ଜିଲ୍ଲାର ସମସ୍ତ ନାଗରିକଙ୍କ ନିମନ୍ତେ ସଡ଼କ ନିରାପତ୍ତା ଲକ୍ଷ୍ୟ ହାସଲ କରିବା ପ୍ରୟାସରେ ଜିଲ୍ଲା ପ୍ରଶାସନକୁ ସମସ୍ତ ସମର୍ଥନ ଯୋଗାଇବା ଜାରି ରଖିବ ବୋଲି ଉତ୍କଳ ଆଲୁମିନାର ୟୁନିଟ୍‍ ହେଡ ତଥା ପ୍ରେସିଡେଣ୍ଟ ପ୍ରକାଶ କରିଛନ୍ତି। ଏସପି ଶ୍ରୀ ଶର୍ମା ଉତ୍କଳ ଆଲୁମିନାକୁ ଏହି ମହତକାର୍ଯ୍ୟ ନିମନ୍ତେ ପ୍ରଶଂସା କରିଥିଲେ ଏବଂ କମ୍ପାନି ତାହାର ସିଏସ୍‍ଆର କାର୍ଯ୍ୟକ୍ରମ ଜରିଆରେ ନିରାପତ୍ତା ଉପରେ ଆହୁରି ଅନେକ ପ୍ରୟାସ ହାତକୁ ନେବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe