ନୂଆ କଲୋନିର ରାସ୍ତା ଦୁଇକଡ଼ରେ ପନପରିବା ବେପାରୀ

Advertisment

ରାସ୍ତା ଅବରୋଧ ନେଇ ପୁଲିସର ତାଗିଦ ପରେ ବି ବେପାରୀ ଶୁଣୁନାହାନ୍ତି

ରାସ୍ତା ଅବରୋଧ ନେଇ ପୁଲିସର ତାଗିଦ ପରେ ବି ବେପାରୀ ଶୁଣୁନାହାନ୍ତି

ନୂଆ କଲୋନିର ରାସ୍ତା ଦୁଇକଡ଼ରେ ପନପରିବା ବେପାରୀ

Sambad

ରାୟଗଡା: ରାୟଗଡା ସହରରେ ଅଭର ବ୍ରିଜ ତଳେ ରହିଥିବା ନୂଆ କଲୋନିର ରାସ୍ତା ଦୁଇକଡ଼ରେ ପନିପରିବା ବେପାରୀ ବସୁଥିବାରୁ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରାଯିବା ପରେ ପୁଲିସ ସେହି ସ୍ଥାନକୁ ଖାଲି କରିବାକୁ ବେପାରୀଙ୍କୁ ତାଗିଦ କରିଥିଲା। ଏହି ରାସ୍ତାରେ ଜଜଙ୍କ ବାସ ଭବନ ରହିଥିବା ବେଳେ ରାସ୍ତା ଜନଗହଳି ଅଟେ। ତେବେ ରାସ୍ତାର ଦୁଇ କଡରେ ପସରା ମେଲାଇ ବେପାରୀ ବସୁଥିବାରୁ ଗ୍ରାହକ ମାନେ ରାସ୍ତା ଉପରେ ଗାଡି ରଖି ମୁଲଚାଲ କରୁଥିବାରୁ ରାସ୍ତା ଜାମ ହୋଇଥାଏ। ତେବେ ପୁଲିସର ଦାଗିଦ ପରେ ବେପାରୀ ହଟିଲେ ସତ କିନ୍ତୁ ଆଜି ‌ଗୁରୁବାର ପୁଣି ସେଠାରେ ପସରା ମେଇଥିବାରୁ ପୁଲିସ ଆସି ବେପାରୀଙ୍କୁ ଟାର୍ଗେଟ କରିଥିଲା। ତୁରନ୍ତ ଏହି ସ୍ଥାନ ଖାଲି କରିବାକୁ କହିଥିଲା।

publive-image Sambad

ପ୍ରଶାସନ ତରଫରୁ ଭେଣ୍ଡିଂ ଜୋନ କରାଯାଇଥିଲେ ମଧ୍ୟ ଏହି ବେପାରୀଙ୍କୁ ଥଇଥାନ କରାଯାଉ ନଥିବା ଅଭିଯୋଗ ହୋଇଛି। ପୌର ପରିଷଦ ତରଫରୁ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଏବେ ଖତ ଖାଇଲାଣି।ଲୋକେ ସେଠାରେ ଅସମାଜିକ କାର୍ଯ୍ୟ କରୁଛନ୍ତି। ତେବେ ଏତେ ସଂଖ୍ୟକ ପନିପରିବା ବେପାରୀ କେଉଁଠିକୁ ଯିବେ ବୋଲି ପ୍ରଶ୍ନ ଉଠିଛି। ସେମାନଙ୍କ ପାଇଁ କୌଣସି ଭେଣ୍ଡିଂ ଜୋନ ନଥିବାରୁ ରାସ୍ତା କଡରେ ଏମାନେ ବସିବାକୁ ବାଧ୍ୟ ହେଉଥିବା କହିଥିଲେ। ତେବେ ପୁଲିସର କଡା ତାଗିଦ ପରେ ଆଜି ମଧ୍ୟ ବେପାରୀ ନିଜର ପସରା ଧରି ଅନ୍ୟତ୍ର ଚାଲି ଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe