ଧୋଇଗଲା ରାଜପଥ, ଯୋଗାଯୋଗ ବିଚ୍ଛିନ୍ନ

Advertisment
ଧୋଇଗଲା ରାଜପଥ, ଯୋଗାଯୋଗ ବିଚ୍ଛିନ୍ନ

ରାଉରକେଲା : ବାତ୍ୟା ‘ୟାସ୍’ ପ୍ରଭାବରେ ଲଗାଣ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଛି ୨୧୫ନଂ ଜାତୀୟ ରାଜପଥ। ବର୍ଷା ପାଣିରେ ଅଧିକାଂଶ ସ୍ଥାନରେ ଜାତୀୟ ରାଜପଥ ଧୋଇ ହୋଇଯାଇଛି। ମରାମତି କାମ ଚାଲିଥିବାରୁ ରାସ୍ତାର ଅଧିକାଂଶ ସ୍ଥାନରେ ବଡ ବଡ ଘାଇ ସୃଷ୍ଟି ହୋଇ ବର୍ଷା ଜଳ ପ୍ରବାହିତ ହେଉଛି।

କୋଇଡା ବ୍ଲକ କାଲ୍ଟା ଚୁନା ଘାଟିରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଖଣି ଅଞ୍ଚଳ ଯାତାୟତ କରୁଥିବା ହଜାର ହଜାର ଟ୍ରକ୍ ଉଭୟ ପାର୍ଶ୍ବରେ ଛିଡା ହୋଇ ରହିଛି। ସେମିତି ରାଜାମୁଣ୍ଡା- କୋଇଡା ରାସ୍ତା ସମ୍ପୂର୍ଣ୍ଣ ଯାତାୟତ ଅନୁପଯୋଗୀ ହୋଇ ପଡିଛି। ଚୁନାଘାଟି ଓ ଜଙ୍ଗଲ ରାସ୍ତାରେ ଶହ ଶହ ଟ୍ରକ, ଟିପ୍ପର ଫସି ରହିଥିବାରୁ ଡ୍ରାଇଭର ଓ ହେଲପ୍ରଙ୍କୁ ନାହିଁ ନଥିବା ଅସୁବିଧା ଭୋଗ କରିବାକୁ ପଡିଛି। କିଛି ଡ୍ରାଇଭର, ହେଲପର ଭୋକ ଉପାସରେ ଗାଡି ଭିତରେ ରହିଛନ୍ତି। ଅଦ୍ୟାବଧି ଜାତୀୟ ରାଜପଥ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ନଥିବାରୁ ଗାଡ଼ି ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe