କିଛି ଘଣ୍ଟାର ବର୍ଷାରେ ଧୋଇ ହୋଇଗଲା ଅସ୍ଥାୟୀ ରାସ୍ତା, ପାଟଣାଗଡ଼-ଗାଇସିଲାଟ ଯୋଗାଯୋଗ ବିଛିନ୍ନ

Advertisment

ତେଣ୍ଡାପଦରରେ ଭାଙ୍ଗିଲା ଘର

ତେଣ୍ଡାପଦରରେ ଭାଙ୍ଗିଲା ଘର

କିଛି ଘଣ୍ଟାର ବର୍ଷାରେ ଧୋଇ ହୋଇଗଲା ଅସ୍ଥାୟୀ ରାସ୍ତା, ପାଟଣାଗଡ଼-ଗାଇସିଲାଟ ଯୋଗାଯୋଗ ବିଛିନ୍ନ

Sambad

ପାଟଣାଗଡ଼: ପାଟଣାଗଡ଼-ଦମକିପାଲି ରାସ୍ତାରେ ଅବ୍ୟବସ୍ଥାକୁ ନେଇ ଖବର ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା। ଏହି ଖବରରେ ଥିଲା ପାଟଣାଗଡ଼ ସହରରେ କରା ଯାଇଥିବା କଂକ୍ରିଟ ରାସ୍ତା ତିଆରିର ଅବ୍ୟବସ୍ଥା। ପ୍ରାୟ ରାସ୍ତା କାମ ସରିବାକୁ ଥିବା ବେଳେ ମାତ୍ର କିଛି ସମୟ ଧରି ବର୍ଷା ହେବା ପରେ ଏହି ରାସ୍ତାରେ ଥିବା ଗଭରା ଛକ ଠାରେ କରା ଯାଇଥିବା ଅସ୍ଥାୟୀ ରାସ୍ତା ଧୋଇ ହୋଇ ଯାଉଥିବା ଜଣାପଡିଛି। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଦମକିପାଲି ସମେତ ବରଗଡ ଜିଲ୍ଲା ଗାଇସିଲାଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଥିବା ଜଣାପଡିଛି।

ସେହିପରି ପାଟଣାଗଡ଼ ବ୍ଲକ ତେଣ୍ଡାପଦର ଗ୍ରାମରେ ଏକ ଘର ଭାଙ୍ଗି ଥିବା ଜଣାପଡିଛି। ପାଟଣାଗଡ଼-ଦମକିପାଲି ରାସ୍ତା ନିର୍ମାଣ କାର୍ଯ୍ୟ ଗତ ୨ ବର୍ଷରୁ ଉର୍ଦ୍ଧ୍ବ ହେବ ଜାରି ରହିଛି। ୩୦ କିଲୋମିଟର ର ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିବାକୁ ଥିବା ବେଳେ କିଛି କିଛି ସ୍ଥାନରେ ନିର୍ମାଣ କାର୍ଯ୍ୟ ବିଳମ୍ବ ତା ଯୋଗୁଁ ଜନସାଧାରଣଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ରବିବାର ଭୋରରୁ ମାତ୍ର କିଛି ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲା। ଏଥିରେ ପାଟଣାଗଡ଼-ଦମକିପାଲି ରାସ୍ତରେ ଥିବା ଗଭରା ଛକରେ ଥିବା ଅସ୍ଥାୟୀ ରାସ୍ତାକୁ ବର୍ଷା ପାଣି ଧୋଇ ଦେଇଥିବା ଜଣାପଡିଛି। ଏହି ସ୍ଥାନରେ ଏକ ପୋଲ ନିର୍ମାଣ ଚାଲିଛି। ଏଥି ପାଇଁ ରାସ୍ତା ପାଖରେ ଗମନାଗମନ ପାଇଁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରା ଯାଇଥିଲା। ବର୍ଷା ଦିନ ପୂର୍ବରୁ ପ୍ରମୁଖ ସ୍ଥାନ ମାନଙ୍କରେ ରାସ୍ତା ତଥା ପୋଲ ନିର୍ମାଣ କାର୍ଯ୍ୟ ସରି ନ ଥିବା ଜଣାପଡିଛି। ଫଳରେ ବର୍ତ୍ତମାନ ଏହା ଜନସାଧାରଣଙ୍କ ପାଇଁ କାଳ ସାଜିଛି।

publive-image Sambad

ସେ ହିସାବରେ ପାଟଣାଗଡ଼-ଦମକିପାଲି ରାସ୍ତରେ ଥିବା ଗଭରା ଛକ ଠାରେ ମଧ୍ୟ ଏକ ଛୋଟିଆ ପୋଲ ଏପର୍ଯ୍ୟନ୍ତ ନିର୍ମାଣ ସରି ନାହିଁ। କିଛି ସମୟର ବର୍ଷାରେ ଏହି ପୋଲ ନିର୍ମିତ ହେଉଥିବା ନିକଟରେ ଥିବା ଅସ୍ଥାୟୀ ରାସ୍ତା ଧୋଇ ହୋଇ ଯାଇଥିବା ଜଣାପଡିଛି। ଫଳରେ ଗଭରା ସମେତ ଦମକିପାଲି ଏବଂ ଏହି ରାସ୍ତାରେ ଥିବା ସମସ୍ତ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାପଡିଛି। ଏହି ଅସ୍ଥାୟୀ ରାସ୍ତା ଧୋଇ ହୋଇ ସ୍ଥାନେ ସ୍ଥାନେ ଆଣ୍ଠୁଏ ତ ଆଉ ତିଥି ସ୍ଥାନରେ ଅଣ୍ଟା ପାଣି ପ୍ରବାହିତ ହେଉଥିବା ଜଣାପଡିଛି। ଫଳରେ ଉକ୍ତ ସ୍ଥାନରେ ପ୍ରତିଦିନ ଯିବା ଆସିବା କରୁଥିବା ଗାଡିମଟର ତଥା ବରଗଡ ଜିଲ୍ଲା ଗାଇସିଲାଟରୁ ଆସୁଥିବା ବସ ମଟର ଛିଡା ହୋଇ ରହିଥିବା ଜଣାପଡିଛି। ପାଣି କମ ହେଲେ ଏହି ଅସ୍ଥାୟୀ ରାସ୍ତାକୁ ପୁଣି ମରାମତି କରାଯିବ ବୋଲି ଜଣାପଡିଛି। ଏଠାରେ ପ୍ରକାଶ ଥାଉ କି, ପାଟଣାଗଡ଼ - ଦମକିପାଲି ରାସ୍ତା ପ୍ରଶସ୍ତିକରଣ ଚାଲିଥିବା ବେଳେ ଏଥିରେ ଅନେକ ଅବ୍ୟବସ୍ଥା ହେଉଥିବା ନେଇ ପୂର୍ବରୁ ଖବର ପ୍ରକାଶ ହୋଇଥିଲା। ବର୍ତ୍ତମାନ ଏହି ଏସ୍ଥାୟୀ ରାସ୍ତା ଧୋଇ ହୋଇ ଯାଇଥିବା ବେଳେ ରାସ୍ତା ନିର୍ମାଣ ସମୟରେ ସଠିକ ସମୟରେ ସଠିକ ସ୍ଥାନରେ କାର୍ଯ୍ୟ କରାଯାଇ ନ ଥିବା ପଦାରେ ପଡିଛି। ଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି। ସେହିପରି ୩ କଣ୍ଟାର ବର୍ଷାରେ ପାଟଣାଗଡ଼ ବ୍ଲକ ତେଣ୍ଡାପଦର ଗ୍ରାମରେ ଥିବା ଜନାର୍ଦ୍ଦନ ମହାଲିଙ୍ଗଙ୍କ ଘର ଭାଙ୍ଗି ଥିବା ଜଣାପଡିଛି। ବର୍ଷାରେ ତାଙ୍କ ଘରର ଗୋଟିଏ ପାର୍ଶ୍ବ ଭାଙ୍ଗି ଥିବା ଜଣାପଡିଛି। ଏହି ଘର ଭିତରେ ସେ ବିଭିନ୍ନ ସାମଗ୍ରୀ ସବୁ ରଖିଥିବା ବେଳେ ଘର ଭାଙ୍ଗିବାରୁ ସେ ସବୁ ନଷ୍ଟ ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe