୨୩ ଲକ୍ଷ ଟଙ୍କାର ରାସ୍ତା କାମ ନିମ୍ନମାନର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବିକଲେ ଗ୍ରାମବାସୀ

Advertisment
୨୩ ଲକ୍ଷ ଟଙ୍କାର ରାସ୍ତା କାମ ନିମ୍ନମାନର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବିକଲେ ଗ୍ରାମବାସୀ

Sambad

ମାଛଗାଁ: ବାଲିକୁଦା ବ୍ଲକ କୁସୁପୁର ପଞ୍ଚାୟତ ଅଧୀନରେ ଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିକି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅନୁପସ୍ଥିତିରେ ସୁପରଭାଇଜର ଓ ଶ୍ରମିକମାନେ ମନଇଚ୍ଛା ପିଚୁ ସ୍ତର ଦେଇ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ନାମକୁମାତ୍ର ପିଚୁ ପଡ଼ୁଥିବା ଦେଖି ରାସ୍ତାର ସ୍ଥାୟୀତ୍ବ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ଭୀମସେନ ସ୍ବାଇଁ, ବାବୁ ଦାସ, ତପନ ନାୟକ, ଗଣେଶ୍ବର ସ୍ବାଇଁ, ବିଜୟ କୁମାର ଖୁଣ୍ଟିଆ, ନାରାୟଣ ସ୍ବାଇଁ, ରାମ ମାଇତି, ଗୋପାଳ ମାଇତି ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ଏହି ରାସ୍ତା କାମ ନିମ୍ନମାନର ହେଉଥିଲେ ହେଁ କାମର ଉପଯୁକ୍ତ ତଦାରଖ କରାଯାଉନାହିଁ। ତେଣୁ ଏହି କାମର ଭିଜିଲାନ୍ସ ତଦନ୍ତ କରାଯିବା ସହ ଜିଲ୍ଲାପାଳ ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ସେମାନେ କହିଛନ୍ତି କୃଷିକ୍ଷେତ୍ର, ନଦୀ କୂଳ କିମ୍ବା ମେଡିକାଲ ବଜାର ଘାଟ ଯିବା ପାଇଁ ଆଖପାଖ ଗ୍ରାମବାସୀଙ୍କୁ ଏହି ରାସ୍ତା ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଏହି ରାସ୍ତାଦେଇ ଆମ୍ବୁଲାନ୍ସ ଟିଏ ଆସୁନଥିଲା।

ତେଣୁ ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିବା ପରେ ରାସ୍ତା କାମ ପାଇଁ ଟେଣ୍ଡର ବାହାରିଲା। ଗାଁ ଲୋକ ମଧ୍ୟ ଖୁସି ହୋଇଗଲେ। କିନ୍ତୁ କାମ ଆରମ୍ଭ ହେବା ବେଳେ ଯେପରି ଢଙ୍ଗରେ ପିଚୁ କାମ ହେଲା ତାହା ଦେଖି ଗ୍ରାମବାସୀ ତାଜୁବ୍‌। ସେଠାରେ ଆପତ୍ତି କଲେ କେହି ଶୁଣିବାକୁ ନାହିଁ। ତେଣୁ ଜିଲ୍ଲା ପ୍ରଶାସନ ଏଦିଗରେ ବିହିତ ବ୍ୟବସ୍ଥା ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ୨୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଚାଲିଥିବା ୧୬୦୯ ମିଟର ଦୈର୍ଘ୍ୟ ରାସ୍ତା କାମକୁ ଜନୈକ ଠିକାଦାର ୧୪.୯୯% କମ୍‌ ଟେଣ୍ଡରରେ ନେଇ ଏଗ୍ରିମେଣ୍ଟ କରିଥିଲେ। କିନ୍ତୁ ବିଳମ୍ବରେ ପଞ୍ଚାୟତ ନିର୍ବାଚନ ପରେ କାର୍ଯ୍ୟ ଆରମ୍ଭ କରିଥିଲେ। ତରବରିଆ ଭାବେ ଏହି କାମକୁ ନିମ୍ନମାନର କରି ଛାଡ଼ି ଦେବା ଆଶଙ୍କା ଥିବାରୁ ଅସନ୍ତୁଷ୍ଟ ଗ୍ରାମବାସୀ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe