ଜମ୍ବୁ-ମାର୍ଶାଘାଇ କେନାଲ, ବିଜୁସେତୁ ସଂଯୋଗୀକରଣ ରାସ୍ତା କେବେ?

Advertisment
ଜମ୍ବୁ-ମାର୍ଶାଘାଇ କେନାଲ, ବିଜୁସେତୁ ସଂଯୋଗୀକରଣ ରାସ୍ତା କେବେ?

Sambad

ମାର୍ଶାଘାଇ: କେନ୍ଦ୍ରାପଡ଼ାରୁ ମାର୍ଶାଘାଇ ଦେଇ ମହାକାଳପଡା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଜମ୍ବୁ–ମାର୍ଶାଘାଇ ମୁଖ୍ୟକେନାଲ ଉପରେ ନିର୍ମାଣାଧୀନ ବିଜୁସେତୁର ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇ ପାରୁନି। ଏଥିପାଇଁ ସେତୁ ନିର୍ମାଣରେ ବିଳମ୍ବ ଘଟୁଛି। ଶିଳାନ୍ୟାସକୁ ୪ ବର୍ଷ ପୂରିଥିବା ବେଳେ ସେତୁ କାମ ଅଧାପଡ଼ିଛି। ପୂର୍ବରୁ ଏହି ରାସ୍ତାର ଜମ୍ବୁ-ମାର୍ଶାଘାଇ ଲକ୍ ଉପରେ ବ୍ରିଟିଶ ଅମଳର ଅଣଓସାରିଆ ସେତୁ ରହିଛି। ତେବେ ଏହି ସେତୁର ବିକଳ୍ପ ପାଇଁ କେନାଲ ଉପରେ ବିଜୁସେତୁ ନିର୍ମାଣ କରାଯାଉଥିଲେ ହେଁ ଏଯାବତ୍ ଏହାର ସଂଯୋଗୀକରଣ ରାସ୍ତା କାର୍ଯ୍ୟ ହୋଇ ପାରିନାହିଁ। ଗତ ୨୦୧୯ ମାର୍ଚ୍ଚ ମାସ ୩ତାରିଖରେ ତତ୍କାଳୀନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ବାରା ଏହି ସେତୁର ଶିଳାନ୍ୟାସ କରାଯାଇଥିଲା।

ଏଥିରେ ମହାକାଳପଡା ବିଧାୟକ ତଥା ବର୍ତ୍ତମାନର ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ସମବାୟ ଓ ଉଚ୍ଚଶିକ୍ଷା ମନ୍ତ୍ର ଅତନୁ ସବ୍ୟସାଚୀ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଏହି ସେତୁର ସମୟଭିତ୍ତିକ ପରିସମାପ୍ତି ପାଇଁ ଦାବି ହୋଇଆସୁଥିବା ବେଳେ ସେତୁ କାର୍ଯ୍ୟ ବର୍ଷାଧିକ କାଳରୁ ଶେଷ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ଏହାର ଉଭୟ ପାର୍ଶ୍ବରେ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇପାରି ନ ଥିବାରୁ ସେତୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ମାର୍ଶାଘାଇ ଦେଇ ବର୍ତମାନ ମହାକାଳପଡାକୁ ଯାତ୍ରୀବାହୀ ବସ୍‌, ମାଲବୋଝେଇ ଟ୍ରକ୍‌, ଟ୍ରାକ୍ଟର ଆଦି ଯାତାୟତ କରୁଥିବାରୁ ପୁରୁଣା ବ୍ରିଟିଶ ଅମଳର ସେତୁ ଦେଇ ପାର ହେବା ସହଜ ହେଉନାହିଁ। ମାର୍ଶାଘାଇ ଜିଲ୍ଲାର ମହାକାଳପଡା ଓ ଗରଦପୁର ବ୍ଲକ୍‌ର ମଧ୍ୟସ୍ଥଳ ଓ ଏକ ବଡ଼ ବ୍ୟବସାୟିକ କେନ୍ଦ୍ର। ଏଠାରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସାଙ୍ଗକୁ ସ୍କୁଲ କଲେଜ ଓ ଏକ ପୁରାତନ ସାପ୍ତାହିକ ହାଟ ରହିଛି। ସମସ୍ତଙ୍କୁ ଏହି ପୁରୁଣା ଅଣଓସାରିଆ ସେତୁ ଦେଇ ବିପଦସଂକୁଳ ଅବସ୍ଥାରେ ଯାତାୟତ କରିବାକୁ ପଡୁଥିବାରୁ ଏହାର ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଇ ସେତୁକୁ କାର୍ଯ୍ୟକ୍ଷମ କରାଯିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe