ଭଦ୍ରକ ସହରରେ ରାସ୍ତା ଓ ଆଲୋକୀକରଣ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

Advertisment
ଭଦ୍ରକ ସହରରେ ରାସ୍ତା ଓ ଆଲୋକୀକରଣ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭଦ୍ରକ: ଭଦ୍ରକ ପୌରାଞ୍ଚଳର ଥିବା ସଂଥିଆ ପୋଲଠାରୁ ନଙ୍ଗା ମହଲା ରାସ୍ତା, ୩୦ ନମ୍ବର ୱାର୍ଡର ଉତରବହିନି ପର୍ଯ୍ୟନ୍ତ ଯାଇଥିବା ରାସ୍ତା ମରାମତି ନିମନ୍ତେ ଓ ହଲଦିଦିହା ଛକଠାରୁ ସଂଥିଆ ପୋଲ ପର୍ଯ୍ୟନ୍ତ ଗ୍ରିନ ଫିଲ୍ଡ ଯୋଜନାରେ ଉଜ୍ଜ୍ୱଳ ଆଲୋକୀକରଣ କରିବା ଦାବିରେ ଆଜି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଓ ସାଧାରଣ ନାଗରିକ ଭଦ୍ରକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଭଦ୍ରକର ପୁରୁଣା ବଜାର ଅଞ୍ଚଳର ଲୋକମାନେ ବହୁ ସମସ୍ୟା ଭିତରେ ରହୁଥିବାବେଳେ ରାସ୍ତା ସମସ୍ୟା ହେଉଛି ମୁଖ୍ୟ ସମସ୍ୟା। ପୂର୍ବରୁ ୨୦୨୦ ମସିହାରେ ଏହି ରାସ୍ତାର ନିର୍ମାଣ ପାଇଁ ଟେଣ୍ଡର କରାଯାଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା।

ସଂପୃକ୍ତ ଠିକାଦାର ଇଏମଡି ଟଙ୍କା ଦାଖଲ ନକରି ଏକ ମାମଲା କୋର୍ଟରେ ଦାଖଲ କରିଥିଲେ। ଏହି ମାମଲାରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଯାହା ଏବେ ସୁଦ୍ଧା ବଳବତ୍ତର ରହିଛି। ଫଳରେ ଏହି ରାସ୍ତା ନିର୍ମାଣ ନହୋଇ ପଡ଼ିରହିଛି। ପରେ ବିଧାୟକ ଶ୍ରୀ ସଞ୍ଜୀବ ମଲ୍ଲିକ ଏହି ରାସ୍ତାର ନିର୍ମାଣ ପାଇଁ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପୂର୍ତ୍ତ ବିଭାଗ ଏହି ରାସ୍ତା କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତି ହୋଇଥିଲା। ମାତ୍ର ଏହି ରାସ୍ତା ନିର୍ମାଣ କରାଯିବାରେ କିଛି ବ୍ୟକ୍ତି ବିରୋଧ କରିଥିଲେ।

ଏବେ ଏହି ରାସ୍ତା କାର୍ଯ୍ୟ ନିର୍ମାଣ ନ ହୋଇ ପଡ଼ିରହିଛି। ଲୋକେ ଖଣ୍ଡିଆ ରାସ୍ତାରେ ଯାଉଥିବା ବେଳେ ଜିଲ୍ଲାପାଳ ଏ ଦିଗ ପ୍ରତି ଦୃଷ୍ଟି ଦେଇ ରାସ୍ତା ନିର୍ମାଣ କରିବା କାର୍ଯ୍ୟରେ ସହଯୋଗ କରିବାକୁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ବିଜେଡ଼ିର ବରିଷ୍ଠ ନେତା ସେକ୍ ତାହେର ମହମ୍ମଦ, ବିଜେଡ଼ିର ବରିଷ୍ଠ ନେତା ତାହେରା ଖାତୁନଙ୍କ ସମେତ ବହୁ ସ୍ଥାନୀୟ ବ୍ୟକ୍ତି ବିଶେଷ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବାକୁ ଲୋକମାନେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe