ସଡ଼କ ସୁରକ୍ଷା ସପ୍ତାହ: ସଚେତନତା ଶୋଭାଯାତ୍ରା ସହ ଯାଂଚ

Advertisment

୬୧ଟି ମାମଲା ରୁଜୁ: ୨୦ଚାଳକଙ୍କ ୩ମାସ ପାଇଁ ଲାଇସେନସ୍ ବାତିଲ୍

୬୧ଟି ମାମଲା ରୁଜୁ: ୨୦ଚାଳକଙ୍କ ୩ମାସ ପାଇଁ ଲାଇସେନସ୍ ବାତିଲ୍

ସଡ଼କ ସୁରକ୍ଷା ସପ୍ତାହ: ସଚେତନତା ଶୋଭାଯାତ୍ରା ସହ ଯାଂଚ

ଜୟପୁର: ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଆଜି ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜୟପୁର ଟାଉନଥାନା ଓ ସଦରଥାନା ସହଯୋଗରେ ଜୟପୁର ସହରରେ ସଚେତନତା ଶୋଭାଯାତ୍ରା ଓ ବାରିଣୀପୁଟ ନିକଟରେ ଯାଂଚ କରାଯାଇଥିଲା। ସ୍ଥାନୀୟ ଟ୍ରାଫିକ ଛକରୁ ଗାନ୍ଧୀଛକ ପର୍ଯ୍ୟନ୍ତ ସଡକ ସୁରକ୍ଷା ରଥ ସହ ସାଇକେଲରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହା ସହ ସଚେତନତା ମୂଳକ ସଡ଼କ ସୁରକ୍ଷା ପଥପ୍ରାନ୍ତ ନାଟକ କରାଯାଇଥିଲା। ଏହାକୁ ଜୟପୁର ଏସଡିପିଓ ଅରୁପ ଅଭିଶେକ ବେହେରା ଉଦଘାଟନ କରିଥିଲେ। ପରେ ବାରିଣୀପୁଟ ନିକଟରେ ହେଲମେଟ୍, ନିଶା ସେବନ ଓ ଗାଡିର କାଗଜପତ୍ର, ସିଟ୍ ବେଲଟ୍ ଆଦିର ଯାଂଚ କରାଯାଇଥିଲା। ଏହି କ୍ରମରେ ୬୧ଟି ମାମଲା ରୁଜୁ କରାଯାଇ ୪ଲକ୍ଷ ୨୫ହଜାର ଟଙ୍କାର ଜୋରିମାନା ପକା ଯାଇଥିଲା।

publive-image

ପରବର୍ତ୍ତୀ ସମୟରେ ମାମଲା ହୋଇଥିବା ବ୍ୟକ୍ତିଙ୍କୁ କୋର୍ଟରୁ ନୋଟିସ୍ ଯିବା ପରେ ଜୋରିମାନା ବାନ୍ଧିବେ ବୋଲି ସୂଚନା ମିଳିଛି। ସେଭଳି ଏହି ୬୧ଟି ମଧ୍ୟରେ ୭ଜଣ ମଦ୍ୟପ ଚାଳକଙ୍କୁ ଚିହ୍ନଟ କରାଯାଇ ତାଙ୍କୁ ଗିରଫ କରି ବ୍ୟକ୍ତିଗତ ମୁଚାଲିକାରେ ଛଡାଯାଇଥିଲା। ସେଭଳି ୨୦ଜଣ ଚାଳକଙ୍କର ଡ୍ରାଇଭିଂ ଲାଇସେନସକୁ ୩ମାସ ପାଇଁ ବାତିଲ୍ କରାଯାଇଥିଲା। ଏଥିରେ ଅତିରିକ୍ତ ଆରଟିଓ ତପନ କୁମାର ବେଠୀ, ସହକାରୀ ଏମଭିଆଇ ପିଏଲ୍ ରାଓ, ଟ୍ରାଫିକ ଇନିସପେକ୍ଟର ରାଜନାରାୟଣ ସ୍ବାଇଁ , ଟାଉନଥାନା ଆଇଆଇସି ବାଲେଶ୍ବର ଗିଦ୍ଧୀ, ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ପ୍ରମୁଖ ଭାଗ ନେଇଥିଲେ। ଏହି ଯାଂଚକୁ ନିୟମିତ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe