ଝାରସୁଗୁଡ଼ା: ଭୌଗଳିକ ଦୃଷ୍ଟିରେ ଝାରସୁଗୁଡ଼ରର ଅବସ୍ଥିତି ଏପରି ଏକ ଜାଗାରେ ଅଛି ଯେଉଁ ସ୍ଥାନ ଦେଇ ବିଭିନ୍ନ ରାଜ୍ୟକୁ ଯିବାପାଇଁ ରାସ୍ତା ରହିଛି। କରୋନା ଯୋଗୁଁ ସରକାର ଘୋଷଣା କରିଥିବା ଲକ୍ଡାଉନ୍ର ତୃତୀୟ ପର୍ଯ୍ୟାୟରେ ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ସମୟରେ ଅନେକ ଘଟଣା ଅଘଟଣ ଘଟୁଥିବା ଦେଖା ଯାଉଛି।
ଝାରସଗୁଡ଼ା ଦେଇ ହଜାର ହଜାର ଶ୍ରମିକ ପ୍ରତ୍ୟେହ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁକୁ ଯାତ୍ରା କରୁଛନ୍ତି। ଏହି ଶ୍ରମିକ ମାନଙ୍କ ମଧ୍ୟରେ ଅନେକ ଟ୍ରକ୍, ବସ୍, ଅଟୋ, ବାଇକ, ସାଇକେଲ ଓ ପାଦରେ ଚାଲିଚାଲି ଯାଉଛନ୍ତି। ଆଉ ଏହି ଶ୍ରମିକ ମାନଙ୍କ ମୁହଁରେ ଟିକେ ପାଣି ଓ କିଛି ଖାଦ୍ୟ ଦେବାକୁ ଆଗେଇ ଆସିଛନ୍ତି ବହୁ ସ୍ବେଚ୍ଛାସେବୀ ସଂଗଠନ।
ସହର ନିକଟରେ ୪୯ ନମ୍ବର ଜାତୀୟ ରାଜପଥ ଓ ବିଜୁ ଏକ୍ସ୍ପ୍ରେସ୍ ୱେର ମିଳନ ସ୍ଥଳରେ ଏଥିପାଇଁ ଟେଣ୍ଟ ଲଗାଇ ବାଟୋଇ ଶ୍ରମିକଙ୍କୁ କିଛି ସମୟ ଅଟକାଇ ତାଙ୍କୁ ପାଣି, ଜଳଖିଆ, ଖାଦ୍ୟପୁଡ଼ିଆ, ଗ୍ଲୁକୋଜ ଦେଇ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଛଡ଼ା ଯାଉଛି। ଗତ କାଲି ଠାରୁ ପୁଲିସ ବିଭାଗ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରିବା ଆରମ୍ଭ କରିଛି। ଆଜି ସକାଳେ ଏଠାରେ ଏକ ଘଟଣା ସମସ୍ତଙ୍କ ଆଖି ଖୋଲି ଦେଇଥିଲା। ବିଟିଏମ୍ ଅଞ୍ଚଳର ଜଣେ ଫେରିବାଲା କାଳୁ ପାତ୍ର ଯେ, କି ପ୍ରତିଦିନ ସାଇକେଲରେ ବିସ୍କୁଟ, ମିକ୍ସଚର ଓ ଚୋକଲେଟ ନେଇ ଗାଁଗାଁ ସାଇ ସାଇ ବିକ୍ରି କରିଥାନ୍ତି । ସେ ଏଠାକୁ ଆସି ଏହି ଶ୍ରମିକ ମାନଙ୍କ ଭୋକର ଜ୍ବାଳା ଦେଖି ସହି ପାରି ତାଙ୍କର ଗୋଟିଏ ଦିନର ବିକ୍ରି ସାମଗ୍ରୀ ତିନି ପେଟି ବିସ୍କୁଟ ସ୍ବଇଚ୍ଛରେ ଦାନ କରି ଚାଲିଯାଇଥିଲେ। କାଳୁ ପାତ୍ରଙ୍କ ଭଳି ଜଣେ ଗରୀବ ବ୍ୟକ୍ତି ସେ ନିଜେ ମଧ୍ୟ ଖରାରେ ବୁଲି ନିଜ ପେଟ ପାଇଁ ସାଇକେଲରେ ବିସ୍କୁଟ ବୁଲିବୁଲି ବିକ୍ରୟ କରିଥାନ୍ତି ସେ ଏଭଳି ମହନିୟତା ପ୍ରଦର୍ଶନ କରିବା ଦେଖି ସେଠାରେ ଥିବା ପୁଲିସ ଅଧିକାରୀ ମାନେ ମଧ୍ୟ ହତବାକ ହୋଇ ଯାଇଥିଲେ।
Follow Us