ଷ୍ଟାଡିୟମ ଗ୍ୟାଲେରିରୁ ଲୁହାପାଇପ୍‌ କାଟିନେଲେ ଚୋର

Advertisment
ଷ୍ଟାଡିୟମ ଗ୍ୟାଲେରିରୁ ଲୁହାପାଇପ୍‌ କାଟିନେଲେ ଚୋର

ଦୈତାରି: ହରିଚନ୍ଦନପୁର ବ୍ଲକ୍‌ ଦୈତାରିର ବିଭିନ୍ନ ସ୍ଥାନରୁ ଚୋରି ହେବାରେ ଲାଗିଛି। ଦୁର୍ବୃତ୍ତମାନେ ପ୍ରଥମେ ଦୈତାରି ଡ୍ୟାମ୍‌ର ସୁରକ୍ଷାବାଡ଼ରୁ ଲୁହା ପାଇପ କାଟି ନେଇଥିଲେ। ଏବେ ସେକ୍ଟର-୨ରେ ଥିବା ଷ୍ଟାଡିୟମର ଥିବା ଦର୍ଶକ ଗ୍ୟାଲେରିରୁ ଲୁହା ପାଇପ୍‌ କାଟି ନେଇଯିବା ସହ ସିମେଣ୍ଟ ପିଲାରକୁ ଭାଙ୍ଗି ଦେଇଛନ୍ତି। ଏହାକୁ ନେଇ ଜନସାଧାରଣ ଓ ଖେଳାଳିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ସମୟରେ ଏଠାରେ ସ୍କୁଲ, କଲେଜ, କ୍ଲବ୍‌ ଓ ଶ୍ରମିକ ସଂଗଠନ ପକ୍ଷରୁ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ଗ୍ୟାଲେରିରେ ବସି ଲୋକେ ଖେଳ ଦେଖିଥାନ୍ତି।

ଗ୍ୟାଲେରିର ସୁରକ୍ଷାବାଡ଼ରୁ ଲୁହା ପାଇପ୍‌କୁ ଦୁର୍ବୃତ୍ତମାନେ କାଟି ନେଇଯିବା ପରେ ଏହା ଲୋକଙ୍କ ପାଇଁ ବିପଦସଙ୍କୁଳ ହୋଇପଡ଼ିଛି। ସେହିପରି ଗ୍ୟାଲେରି ପଛପଟେ ଏକ ବିରାଟ ଖାଲ ରହିଛି। ସୁରକ୍ଷାବାଡ଼ ନଥିବାରୁ ଛୋଟଛୋଟ ପିଲାମାନେ ପଡ଼ିଯିବାର ଆଶଙ୍କା ରହିଛି। ଏହି ଅଞ୍ଚଳରେ ମାଳମାଳ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ସତ୍ତ୍ବେ ଦୁର୍ବୃତ୍ତମାନେ କିପରି ଏଭଳି କରିବାକୁ ସାହସ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ତୁରନ୍ତ ଷ୍ଟାଡିୟମର ସୁରକ୍ଷାବାଡ଼ ନିର୍ମାଣ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe