କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଲଗାଣ ବର୍ଷା ବିତ୍ପାତ ରଚିଛି। ଆଜି ବର୍ଷାରେ ପୋଡାଗଡ଼ରୁ ଦାମନଯୋଡିକୁ ଯୋଡୁଥିବା ମୁଜାଙ୍ଗ ରୋଡର ଦୋରୁଗୁଡା ନିକଟରେ ଧୋଇଯାଇଛି ଆପ୍ରୋଚ ରୋଡ। ଦୀର୍ଘ ଦିନ ହେବ ଏହି ରୋଡ ନିର୍ମାଣ ହୋଇଥିବା ବେଳେ କିଛି ବର୍ଷ ତଳେ ଏହିଠାରେ କଲଭଟ ନୂଆ କରି ନିର୍ମାଣ ହୋଇଥିଲା। ଗତକାଲି ରାତିରେ ହୋଇଥିବା ପ୍ରବଳ ବର୍ଷାରେ ଏହି ରାସ୍ତା ଭାସିଯିବା ପରେ କେଲ୍ଲାର ଗାଁର ଶହ ଶହ ପରିବାର ଏବେ ଅନ୍ୟ ବାଟ ଦେଇ ଯିବା ଆସିବା କରୁଥିବା ଜଣାପଡିଛି। ଖବର ପାଇ ଦଶମନ୍ତପୁର ବ୍ଲକର କର୍ମକର୍ତ୍ତା ଘଟଣାସ୍ଥଳ ପରିଦର୍ଶନ କରିଥିବାବେଳେ ଖୁବଶୀଘ୍ର ରାସ୍ତା ନିର୍ମାଣ କରାଯିବ ବୋଲି ଜଣାପଡିଛି।
ଦୋରୁଗୁଡା ନିକଟ ରାସ୍ତା ଧୋଇଗଲା, ଲୋକେ ହନ୍ତସନ୍ତ
Advertisment
Follow Us