ଲୁଟ୍‌ ଘଟଣାରେ ଅଭିଯୁକ୍ତ ଗିରଫ, ୧୧୭୨୦୦ ଟଙ୍କା ସମେତ ୨ ବାଇକ୍‌ ଜବତ

ଲୁଟ୍‌ ଘଟଣାରେ ଅଭିଯୁକ୍ତ ଗିରଫ, ୧୧୭୨୦୦ ଟଙ୍କା ସମେତ ୨ ବାଇକ୍‌ ଜବତ

ରାୟଗଡ଼ା: ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ କରିଛି ରାୟଗଡ଼ା ପୁଲିସ। ରାୟଗଡ଼ା ସହରର କପିଳାସ ହୋଟେଲ୍‌ ନିକଟରୁ ଗତ ୨ ତାରିଖ ଦିନ ୧୨ଟା ୩୦ରେ ୯୭ ହଜାର ୨୦୦ ଟଙ୍କା ଲୁଟ୍‌ କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତର ନାମ ହେଲା ଆଉଲୁ ସାନ୍ତୁ (୨୩)। ସେ ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଗୋଲାପାଲି ଗାଁର ଆଉଲୁ ରାବଣାଙ୍କ ପୁଅ। ଏଥି ସହିତ ପୁଲିସ ୧ ଲକ୍ଷ ୧୭ ହଜାର ୨୦୦ ଟଙ୍କା, ଦୁଇ ଜଣଙ୍କର ଭୋଟ୍‌ ପରିଚୟ ପତ୍ର ଓ ୨ଟି ବାଇକ୍‌ ଜବତ କରିଥିବା ଜଣାଯାଇଛି।

publive-image

ଘଟଣା ଦିନ ଲୁଟର ଶିକାର ହୋଇଥିବା ମହିଳାଙ୍କୁ ପୁଲିସ ୯୭ ହଜାର ୨୦୦ ଟଙ୍କା ଫେରାଇ ଦେଇଛି। ପୁଲିସ କହିଛି ଯେ, ଅଭିଯୁକ୍ତ ନିଜର ୨ ଜଣ ସହଯୋଗୀଙ୍କ ସହିତ ଏହି ଅପରାଧିକ କାମ କରୁଥିଲା। ଚାନ୍ଦିଲି ଓ ପଦ୍ମପୁର ଅଂଚଳରେ ଅଭିଯୁକ୍ତମାନେ ଗତ ଫେବ୍ରୁଆରି ଠାରୁ ନଭେମ୍ବର ମାସ ମଧ୍ୟରେ ଅନେକ ସ୍ଥାନରେ ଲୁଟ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe