ବ୍ୟବସାୟୀଙ୍କ ଘରୁ ଲୁଟ ମାମଲାରେ ଜେଲ ଗଲା ଯୁବକ

ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଚାକିରି ଘଟଣା: ସୁପରଭାଇଜରଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡାଦେଶ

Image Courtesy of India Today

ବାଲିଅନ୍ତା: ପାହାଳ ଫାଣ୍ଡି ପୁଲିସ ସ୍ଥାନୀୟ ଜଗନ୍ନାଥପୁର ଗ୍ରାମର ରଞ୍ଜିତ ପାତ୍ର ନାମକ ଜଣେ ବ୍ୟବସାୟୀଙ୍କ ଘର ଲୁଟ ମାମଲାରେ ଆଜି ପୁଣିଜଣେ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲା ସ୍ଥାନୀୟ ଜଗନ୍ନାଥପୁର ଗ୍ରାମର ସୁକୁଟା ବେହେରା (୨୮)। ତେବେ ସୁକୁଟାର ଜାମିନ ନାମଂଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୁକୁଟା ନିକଟରୁ ପୁଲିସ ଗୋଟିଏ ଚୋରି ସୁନାହାର ଏବଂ ୯୦ ହଜାର ଟଙ୍କା ଜବତ କରିଥିଲା। ଲୁଟ ଘଟଣା ପରେ ସୁକୁଟା ଭାଗ ଟଙ୍କା ଏବଂ ସୁନା ଗହଣା ଧରି ନିଆଳି ଥାନା ଅଞ୍ଚଳରେ ଜଣେ ସଂପର୍କୀୟଙ୍କ ଘରେ ରହୁଥିଲା।

କୌଣସି ସୂତ୍ରରୁ ଖବର ପାଇ ଆଜି ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ଏବଂ ଫାଣ୍ଡି ଅଧିକାରୀ ଷ୍ଟାଲିନ ବିଶ୍ବାଳ ସେଠାରେ ଚଢ଼ଉ କରି ତାକୁ ଗିରଫ କରିବାରେ ସଫଳ ହୋଇଥିଲେ। ପାହାଳ ଫାଣ୍ଡି ପୁଲିସ ଏହା ପୂର୍ବରୁ ଉକ୍ତ ଲୁଟ ଘଟଣାରେ ସଂପୃକ୍ତ ଆଉ ଦୁଇଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ସୁକୁଟାକୁ କିନ୍ତୁ ଗିରଫ କରିବାରେ ସକ୍ଷମ ହୋଇପାରି ନଥିଲା। ସୂଚନା ମୁତାବକ କୋଭିଡ଼ ଆକ୍ରାନ୍ତ ରଞ୍ଜିତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ପତ୍ନୀ ରଜନୀ ପାତ୍ର ତାଙ୍କର ଦୁଇ ପିଲାଙ୍କ ସହ ଅନ୍ୟତ୍ର ରହୁଥିଲେ। ଏହି ସୁଯୋଗରେ ଅଭିଯୁକ୍ତମାନେ ଘର କବାଟ ତାଲାଭାଙ୍ଗି ନଗଦ ୫ ଲକ୍ଷ ଟଙ୍କା ଏବଂ ୧୦୦ ଗ୍ରାମ ଓଜନର ସୁନା ଏବଂ ରୂପା ଅଳଙ୍କାର ସହ ଏଲଇଡ଼ିଟିଭି ଲୁଟି ନେଇଥିଲେ। ଏସଂପର୍କରେ ରଜନୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe