ନିର୍ବାଚନ ହାରିବା ପରେ ବ୍ଲକ କାର୍ଯ୍ୟାଳୟରୁ ନେଇଗଲେ ମୂଲ୍ୟବାନ ଉପକରଣ!

ଚୋରି ଘଟଣାରେ ପରାଜିତ ସମିତି ସଭ୍ୟ ଓ ସ୍ୱାମୀଙ୍କ ନାମରେ ମାମଲା

ନିର୍ବାଚନ ହାରିବା ପରେ ବ୍ଲକ କାର୍ଯ୍ୟାଳୟରୁ ନେଇଗଲେ ମୂଲ୍ୟବାନ ଉପକରଣ!

ପାଟଣାଗଡ଼: ମୁରିବାହାଲ ବ୍ଲକ୍ ଅଫିସ୍ ପରିସର ଭିତରେ ଥିବା ମୁରିବାହାଲ ବ୍ଲକ୍ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରୁ ମୂଲ୍ୟବାନ ଉପକରଣ ଚୋରି ହୋଇଥିବା ଘଟଣାରେ ପରାଜିତ ସମିତି ସଭ୍ୟା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ସୁନ୍ଦରମତି ବାଗ ଓ ତାଙ୍କ ସ୍ୱାମୀ ଜୟକିସାନ ବାଗଙ୍କ ନାମରେ ମୁରିବାହାଲ ଥାନାରେ ମାମଲା ରୁଜୁ କରାଯାଇଛି। ଏନେଇ ମୁରିବାହାଲ ବିଡିଓ ପ୍ରିୟରଞ୍ଜନ କୁମାରଙ୍କ ଏତଲା ଆଧାରରେ ମୁରିବାହାଲ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଗତକାଲି ଦିନସାରା ତଦନ୍ତ କରିଥିବା ଜଣାପଡ଼ିଛି । ମୁରିବାହାଲ ବ୍ଲକ୍ ତହବିଲରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଦାମୀ ଏସି, ସୋଫାସେଟ, ବଡ଼ ଏଲ୍‌ଇଡି ଟିଭି, ପଙ୍ଖା, ଚୌକି ଓ ମହାପୁରୁଷଙ୍କ ଫଟୋଚିତ୍ର ସମେତ ଅନ୍ୟାନ୍ୟ ବହୁ ଦାମୀ ସାମଗ୍ରୀ କିଣାଯାଇ ବ୍ଲକ୍ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଲଗାଯାଇଥିଲା।

ଶନିବାର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ଶେଷ ହେବା ପରେ ସନ୍ଧ୍ୟାରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଲାଗିଥିବା ବିଭିନ୍ନ ଦାମୀ ସାମଗ୍ରୀକୃ କେହି ଦୁର୍ବୃତ୍ତ ସନ୍ଧ୍ୟାରେ ଚୋରି କରିନେଇଥିବା ଚର୍ଚ୍ଚା ହୋଇଥିଲା। ସୋମବାର ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ତଦାରଖ କରିବା ପରେ ବିଡିଓ ମୁରିବାହାଲ ଥାନାରେ ଏତଲା ଦେଇଥିଲେ।

ମଙ୍ଗଳବାର ବ୍ଲକ୍‌ରେ ଲାଗିଥିବା ସିସିଟିଭି ଆଧାରରେ ପୁଲିସ ଅଧିକ ତଦନ୍ତ କରିଥିଲା। କିଣାଯାଇଥିବା ବିଭିନ୍ନ ଦାମୀ ଉପକରଣ ଫାଇଲ ମଧ୍ୟ ତନଖି କରିଥିଲା | ବିଡିଓଙ୍କ ଉପସ୍ଥିତିରେ ମୁରିବାହାଲ ଆଇଆଇସି ଜ୍ୟୋତିରାଣୀ ଦାସ ଓ ଏସ୍‌ଇ ଜନାର୍ଦନ ଓରାମ ପ୍ରକୋଷ୍ଠ ଖୋଲି ତନଖି କଲା ବେଳେ ସମ୍ପୂର୍ଣ୍ଣ ପ୍ରକୋଷ୍ଠରେ ଆଉ କିଛି ନ ଥିଲା। ପୁଲିସ କେସ୍ ୩୯/୨୨ଟେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe