ଗ୍ୟାରେଜ୍‌ ମାଲିକଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିନେଲେ ୧୪ ହଜାର

Advertisment
କଥାକଥାକେ ଫୁଟୁଛି ଗୁଳି: ଘରେ ପଶି ୪ ରାଉଣ୍ଡ୍‌ ଗୁଳି, ଜଣେ ଗୁରୁତର

Khabarplus

ଖୁଣ୍ଟା: ମୟୂରଭଞ୍ଜ ଜିଲ୍ଲାରେ ଏବେ କଥା କଥାକେ ମାଉଜର୍‌ ଦେଖାଉଛନ୍ତି ଅପରାଧୀ। ବନ୍ଧୁକ ମୁନରେ ଲୁଟ୍‌ପାଟ୍‌ ତ ସାଧାରଣ କଥା ହେଲାଣି। ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ଯୋଗୁଁ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଥିବା ବେଳେ ପୁଲିସର ନିଷ୍କ୍ରିୟତା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଚଳିତମାସ ପ୍ରଥମ ଦୁଇ ସପ୍ତାହ ଭିତରେ ଜିଲ୍ଲାର ୪ଟି ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଲୁଟ୍‌ପାଟ୍‌ ହୋଇଥିବା ବେଳେ ଆଜି ଖୁଣ୍ଟା ବଜାରର ଏକ ବାଇକ୍‌ ଗ୍ୟାରେଜରେ ବନ୍ଧୁକ ଦେଖାଇ ୧୪ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ମୁତାବକ ଖୁଣ୍ଟା-ବାରିପଦା ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ମା’ ତାରିଣୀ ଅଟୋ ପାର୍ଟ୍ସ ଦୋକାନକୁ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ତିନି ଜଣ ଅପରିଚିତ ଯୁବକ ଏକ ଗ୍ଲାମର ବାଇକ୍‌ରେ ଆସି ବାଇକ୍ ମରାମତି ତଥା ଗାଡ଼ିର ମୋବିଲ ବଦଳାଇ ଫେରି ଯାଇଥିଲେ।

କିଛି ସମୟ ବ୍ୟବଧାନରେ ଉକ୍ତ ଯୁବକ ମାନେ ପୁଣି ଗ୍ୟାରେଜକୁ ଫେରିବା ସହିତ ହଠାତ୍‌ ପକେଟ୍‌ରୁ ବନ୍ଧୁକ କାଢ଼ି ଦୋକାନ ମାଲିକ ବଡ଼ସାହି ଥାନା ନାଉପାଳ ଗ୍ରାମର ଶୁଭାଶିଷ ସାହୁଙ୍କ ମୁଣ୍ଡରେ ଲଗାଇ ବାକ୍ସରେ ଥିବା ୧୪ ହଜାର ଟଙ୍କା ଲୁଟିନେଇ ବାରିପଦା ଅଭିମୁଖେ ଚମ୍ପଟ ମାରିଥିଲେ। ଶ୍ରୀ ସାହୁ ସଙ୍ଗେସଙ୍ଗେ ଖୁଣ୍ଟା ପୁଲିସକୁ ଖବର ଦେଇଥିଲେ। ପୁଲିସ ଲୁଟେରାଙ୍କ ପିଛା କରିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ସେମାନଙ୍କୁ ଠାବ କରାଯାଇପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe