ଘର ତାଲା ଭାଙ୍ଗି ଲୁଟି ନେଲେ

ଘର ତାଲା ଭାଙ୍ଗି ଲୁଟି ନେଲେ

Sambad

ବାଲିକୁଦା: ଅନନ୍ତପୁର ଫାଣ୍ତି ଅଞ୍ଚଳରେ ଦିନକୁ ଦିନ ଚୋରି ବଢି ଚାଲିଛି। ଗତ ଦୁଇ ସପ୍ତାହ ମଧ୍ୟରେ ଦୁଇଟି ବଡ଼ ଚୋରି ଘଟିଥିବା ବେଳେ କୌଣସି ଗୋଟିକରେ ବି ପୁଲିସକୁ ସଫଳତା ମିଳି ପାରି ନଥିବା ବେଳେ ପୁଣି ଗତକାଲି ବିଳମ୍ବିତ ରାତିରେ ଅନନ୍ତପୁର ପଞ୍ଚାୟତ ପଦ୍ମନାଭପୁର(ନୂଆଗାଁ) ଗ୍ରାମର ଭୋଳାନାଥ ନାୟକଙ୍କ ଘରୁ ଲୁଟ୍‌ ହୋଇଛି। ଚୋରମାନେ ତାଲା ଭାଙ୍ଗି ଘରେ ପଶି ସୁନା ଗହଣା ସମେତ ବାସନ, ଟଙ୍କା ଓ ଅନ୍ୟାନ୍ୟ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି। ଲୁଟ୍‌ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ଅଭିଯୋଗ ହୋଇଛି।

publive-image Sambad

ଏ ନେଇ ଶ୍ରୀ ନାୟକଙ୍କ ଝିଅ ସୋନାଲି ନାୟକ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ବାଲିକୁଦା ପୁଲିସ ଓ ଫାଣ୍ତି ପୁଲିସ ମିଳିତ ଭାବେ ତଦନ୍ତ ଚଳାଇଛନ୍ତି। ସୂଚନା ମୁତାବକ, ଶ୍ରୀ ନାୟକଙ୍କ ପରିବାରର ବାହାରେ ରହୁଥିବା ବେଳେ ଅସୁସ୍ଥତା କାରଣରୁ ଗତ ତିନିମାସ ହେଲଶ ଭୋଳାନାଥ ନିଜେ କଟକରେ ରହୁଛନ୍ତି। ଏହାର ସୁଯୋଗ ନେଇ ଗତକାଲି ରାତିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ ପଶି ସମସ୍ତ ଜିନିଷ ଚୋରି କରି ନେଇଛନ୍ତି। ଅନ୍ୟ ପକ୍ଷରେ ଖଡ଼ିକାଦଣ୍ତା ଗାଁ ମଶାଣିରୁ ଏକ ବାଇକ୍‌କୁ ଗାଁ ଲୋକେ ଉଦ୍ଧାର କରିଥିବାରୁ ପୁଲିସ ଉକ୍ତ ବାଇକ୍‌ ସହ .ଚୋରିର ସମ୍ପର୍କକୁ ନେଇ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe