ଭଦ୍ରକ ରେଳ ବିଭାଗ ଅଫିସରୁ ଦେଢ଼ କୋଟି ଟଙ୍କାର ତମ୍ବା ତାର ଚୋରି

Advertisment
ଭଦ୍ରକ ରେଳ ବିଭାଗ ଅଫିସରୁ ଦେଢ଼ କୋଟି ଟଙ୍କାର ତମ୍ବା ତାର ଚୋରି

Sambad

ଭଦ୍ରକ: ଭଦ୍ରକ ଚରମ୍ପାସ୍ଥିତ ପୂର୍ବତଟ ରେଳବାଇ ବିଭାଗର ବରିଷ୍ଠ ଅନୁଭାଗଙ୍କ କାର୍ଯ୍ୟାଳୟରୁ ଏକ ବଡଧରଣର ଚୋରି ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ପ୍ରାୟ ୨ କୋଟି ଟଙ୍କାର ତାର ଚୋରି ହୋଇଥିବା ଜଣାପଡ଼ିଛି। ଏହି ବିଭାଗରେ ରେଳବାଇର ଜମ୍ପର ୱୟାର, କ୍ରସ ଫିଦର ୱୟାର, ସ୍ମଲ ଜମ୍ପର, ଲାର୍ଜ ସ୍ପାନ ୱୟାର, ବ୍ରିଡଲ ୱୟାର, କେଟେନାରୀ ୱୟାର, କନଟାକ ୱୟାର ଆଦି ଜିନିଷ ସବୁ ଚୋରି ହୋଇଛି। ପ୍ରକାଶ ଥାଉକି, ଗତକାଲି ରେଳବାଇ ବିଭାଗର ବରିଷ୍ଠ ଅନୁଭାଗଙ୍କ କାର୍ଯ୍ୟାଳୟର କର୍ମଚାରୀ ବିହାର ଇସଲାମପୁର ଅଞ୍ଚଳର ଏମ.ଡି କୁରବାନ ରାତ୍ର ଭୋଜନ ସାରି ଅଫିସ ଆସିଥିଲେ ଓ ଅଫିସର ତଳ କୋଠରିରେ ଶୋଇବାକୁ ଯାଉଥିଲେ। ଏବଂ ପୂର୍ବରୁ ଏହି ବିଭାଗରେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ଗାଡ଼ିର ଡ଼୍ରାଇଭର ତିହିଡ଼ି ଥାନା ଅନ୍ତର୍ଗତ ଅଶୋକ ମହାରାଜ ନିଜ ନିତ୍ୟକର୍ମ ସାରି ଅଫିସର ଉପର ତାଲାକୁ ଯାଇଥିଲେ। ସେହି ସମୟରେ ପ୍ରାୟ ୬/୭ ଜଣ ଅଜଣା ଯୁବକ ମୁହଁରେ କପଡା ବାନ୍ଧି ପ୍ରଥମେ କର୍ମଚାରୀ ଏମ.ଡି କୁରବାନଙ୍କୁ ମାଡ଼ି ବସି ତାଙ୍କୁ ଅମାନୁଷିକ ଭାବରେ ମାରିବା ସହ ତାଙ୍କ ହାତ ଗୋଡ ବାନ୍ଧି ପକାଇ ଦେଇଥିଲେ। ପାଟିତୁଣ୍ଡ ଶୁଣି ଡ଼୍ରାଇଭର ଅଶୋକ ମହାରାଜ ତଳକୁ ଆସିବାରୁ ତାଙ୍କୁ ଦୁର୍ବୃତ ମାନେ ମାଡ଼ି ବସି ବାଡାଇଥିଲେ ଏବଂ ତାଙ୍କ ହାତ ଗୋଡ ବାନ୍ଧି ପକାଇଥିଲେ। ପରେ ଅଫିସ ଷ୍ଟୋର ରୁମରୁ ବିଭିନ୍ନ ସାମଗ୍ରୀ ଗୁଡ଼ିକୁ ଚୋରି କରି ନେଇ ଯାଇଥିଲେ। ବିଳମ୍ବିତ ରାତିରେ ରେଳବାଇ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଅଫିସ ଖୋଲାଥିବା ଦେଖି ତା ମଧ୍ୟକୁ ପ୍ରବେଶ କରି ବନ୍ଧା ହୋଇଥିବା ଦୁଇଜଣ କର୍ମଚାରୀଙ୍କୁ ଉଦ୍ଧାର କରି ଭଦ୍ରକ ଡ଼ାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ।

publive-image Sambad

ଖବର ପାଇ ରେଳବାଇ ବିଭାଗର ବରିଷ୍ଠ ଅଧିକାରୀମାନେ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚ ଏହାର ତଦନ୍ତ ଆରମ୍ଭ କରିଥିଲେ। ଆଜି ଦିନ ତମାମ ଏହି ଘଟଣାକୁ ନେଇ ଭଦ୍ରକ ରେଳ ବାଇ ଅଫିସରେ ଚର୍ଚ୍ଚା ଲାଗି ରହେ ଥିବା ବେଳେ ଚୋରି ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଚାଲିଛି। ରେଳ ବିଭାଗର କର୍ମଚାରୀ ଲକ୍ଷ୍ମୀ ନାରାୟଣ ସିଂହଙ୍କ ଏତଲା ମୂଳେ ରେଳବାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ସନ୍ଦାନୀ କୁକୁରକୁ ଆଣି ଅଧିକ ଖାନ ତଲାସ କରିଛି। ତେବେ ସଂପୃକ୍ତ ଚୋର ମାନେ ୧୫୧୬ କେଜି ଓଜନର ରେଳବାଇ ସାମଗ୍ରୀ ଚୋରି କରି ନେଇଥିବା ରିପୋର୍ଟରେ ଦର୍ଶାଇ ଥିବାବେଳେ ପ୍ରକୃତ କେତେ ଟଙ୍କାର ସାମଗ୍ରୀ ଚୋରି ହୋଇଛି ତାହା ବିଭାଗ କହିବାକୁ ନାରାଜ। ତଦନ୍ତ ଆଳରେ ବିଭାଗ ଗଣମାଧ୍ୟମକୁ କିଛି କହୁନି କିନ୍ତୁ ବିଶ୍ଵସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଯେଉଁ ଦୁଇ ବଣ୍ଡଲ କପର ତାର ଚୋର ଚୋରି କରିଛନ୍ତି ତାହାର ବଜାର ମୂଲ୍ୟ ପ୍ରାୟ ଦେଢ଼ କୋଟି ହେବ। ତେବେ ତଦନ୍ତ ପରେ ଏହା ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe