ଥାନା ନିକଟରୁ ଚୋରି; ୫୦ ହଜାର ଟଙ୍କା ସହ ୮ ତୋଳା ଅଳଙ୍କାର ଲୁଟିଲେ ଚୋର

Advertisment
ଥାନା ନିକଟରୁ ଚୋରି; ୫୦ ହଜାର ଟଙ୍କା ସହ ୮ ତୋଳା ଅଳଙ୍କାର ଲୁଟିଲେ ଚୋର

ରାୟଗଡା: ରାୟଗଡା ଥାନା ନିକଟରୁ ପୁଣି ଚୋରି। ରାୟଗଡାରେ ଚୋରଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଗୁରୁବାର ରାତିରେ ଆର.କେ ନଗରସ୍ଥିତ ପି. ଶଙ୍କର ରାଓଙ୍କ ଘରେ ଚୋରି ହୋଇଥିବା ଜଣାପଡିଛି। ଶଙ୍କର ରାଓ ନିଜର ଝିଅର ଚିକିତ୍ସା ବିଜୟନଗରମରେ କରୁଥିବା ବେଳେ ସେ ଝିଅର ଅବସ୍ଥା ବୁଝିବାକୁ ଯାଇଥିଲେ। ଶୁକ୍ରବାର ସକାଳେ ସେ ବିଜୟନଗରମରୁ ଘରକୁ ଫେରିବା ପରେ ଘରର ପଛପଟ କବାଟ ଖୋଲାଥିବା ଦେଖିବା ସହ ଘରର ସମସ୍ତ ଆସବାବପତ୍ର ଏବଂ ଆଲମିରା ଖୋଲା ପଡିଥିବା ଦେଖିବାକୁ ପାଇଥିଲେ। ସେ ଆଲମାରିରେ ରଖିଥିବା ନଗଦ ୫୦ ହଜାର ଟଙ୍କା ଏବଂ ୮ ତୁଳା ସୁନା ଚୋର ଚୋରି କରି ନେଇଥିବା ଶଙ୍କର ରାଓ ପ୍ରକାଶ କରିଛନ୍ତି। ଏନେଇ ଶଙ୍କର ପୁଲିସ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

publive-image Sambad

ତେବେ ପୁଲିସ କହିବା ଅନୁଯାୟୀ ଘରର କୌଣସି କବାଟ କିମ୍ବା ଝରକା ଭଙ୍ଗାଯାଇ ନାହିଁ। ହୁଏତ ଶଙ୍କର ଘରର ପଛ ପଟ କବାଟକୁ ବନ୍ଦ ନ କରି ବିଜୟନଗରମ ଚାଲି ଯାଇଥିଲେ। ଚୋର ପଛପଟ କବାଟ ଖୋଲି ଭିତରେ ପଶି ସବୁ ଚୋରି କରି ନେଇଥିବା କୁହାଯାଇଛି। ତେବେ ଥାନା ଠାରୁ ମାତ୍ର ୧ଶହ ମିଟର ଦୂରରେ ଚୋରି ହେଉଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ପୁଲିସ କିନ୍ତୁ ଚୋରକୁ ଖୁବଶୀଘ୍ର ଧରାଯିବ ବୋଲି ଦୃଢକ୍ତି ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe