ରାଜ୍ୟରେ ବଢିଚାଲିଛି ମନ୍ଦିରରୁ ଚୋରି ଘଟଣା: ମା ଶାରଳାଙ୍କ ମନ୍ଦିର ପରିସରରୁ ଚୋରି

ରାଜ୍ୟରେ ବଢିଚାଲିଛି ମନ୍ଦିରରୁ ଚୋରି ଘଟଣା: ମା ଶାରଳାଙ୍କ ମନ୍ଦିର ପରିସରରୁ ଚୋରି

Sambad

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରି ନେଇଛି। ତେବେ ୫-ଟି ଯୋଜନାରେ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା ବେଳେ ମନ୍ଦିର ବେଢ଼ାକୁ କେତେକ ସ୍ଥାନରେ ଭଙ୍ଗା ଯାଇଥିଲା। ଯାହା ଫଳରେ ଚୋରି କରିବାକୁ ଚୋରକୁ ସୁହାଇଛି। ଅନ୍ୟପଟେ ମନ୍ଦିର ଫାଣ୍ଡି ଥିବା ସତ୍ତ୍ୱେ ଏହି ଚୋରି କିପରି ଘଟିଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଘଟଣା ପରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ସେହିପରି କୋଣାର୍କ ପୋଇତରାରେ ଥିବା ବାବା ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ମଧ୍ୟ ଲୁଟ୍ ହୋଇଛି । ବିଳମ୍ବିତ ରାତିରେ ମନ୍ଦିରର ପଶି ଲୁଟିନେଲେ ଟଙ୍କା ସୁନା । ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଓ ରୂପା ଅଳଙ୍କାର ସମେତ ଦୁଇଟି ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା । ଅଭିଯୋଗ ପରେ ଗୋପ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe