ମାଙ୍କଡ଼ା ପଥର ଟ୍ରକ୍‌କୁ ଧରିଲା ପୁଲିସ , ଫିଲ୍ମ ଶୈଳୀରେ ଗାଡ଼ି ଧରିଲେ ଏସ୍‌ଡିପିଓ

Advertisment
ମାଙ୍କଡ଼ା ପଥର ଟ୍ରକ୍‌କୁ ଧରିଲା ପୁଲିସ , ଫିଲ୍ମ ଶୈଳୀରେ ଗାଡ଼ି ଧରିଲେ ଏସ୍‌ଡିପିଓ

ଟାଙ୍ଗୀ: ଗତ ବିଳମ୍ବିତ ରାତିରେ ପୁଲିସ ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍‌ ଜବତ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବାଲୁଗାଁ ଏସ୍‌ଡିପିଓ ଫିଲ୍ମ ଶୈଳୀରେ ଏହି ଟ୍ରକ୍‌କୁ ଧରି ଥାନାକୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ଉଭୟ ପଥର ମାଫିଆ ଓ ଅସାଧୁ ପୁଲିସ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

କୁହୁଡ଼ି ନିଜିଗଡ଼ ମୌଜାରୁ ପ୍ରତିଦିନ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଛି। ବିଳମ୍ବିତ ରାତିରେ ପଥର ବାହାରକୁ ଯାଉଥିବାରୁ ଆକ୍ରମଣ ଭୟ ହେଉ କି ସଲାସୁତୁରା କାରଣରୁ କେହି ଧରୁନଥିଲେ। ଏହି ଗାଡ଼ିକୁ ଧରିବା ପାଇଁ ବାଲୁଗାଁ ଏସ୍‌ଡିପିଓ ମାନସ ରଂଜନ ବାରିକ ଏକ ଯୋଜନା ପ୍ରସ୍ତୁତ କରି କୁହୁଡ଼ି ଛକରେ ଜଣେ ସାଧାରଣ ଯାତ୍ରୀ ଭାବେ ଛିଡ଼ା ହୋଇଥିଲେ। ଚୋରା ପଥର ବୋଝେଇ ଗାଡ଼ି ଧରି ଚାଳକ ଆସିବା କ୍ଷଣି ସେ ହାତ ଦେଖାଇ ଅଟକାଇଥିଲେ। ଜଣେ ଯାତ୍ରୀ ହିସାବରେ ମୋଟା ଅଙ୍କର ଭଡ଼ା ଟଙ୍କା ଦେଇ ଟ୍ରକ୍‌ରେ ଯିବେ ବୋଲି କହିଥିଲେ। ଲୋଭରେ ଟ୍ରକ୍‌ ଚାଳକ ତାଙ୍କୁ ଗାଡ଼ିରେ ବସାଇଥିଲା। କୁହୁଡ଼ିଠାରୁ ଠାରୁ ମାତ୍ର ୫ କିଲୋମିଟର ଦୂର ଆସିବା ପରେ ଏସ୍‌ଡିପିଓ ନିଜର ପରିଚୟ ଦେଇ ଟାଙ୍ଗୀ ଥାନାକୁ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍‌ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଟାଙ୍ଗୀ ପୁଲିସ ଟ୍ରକ୍‌କୁ ଜବତ କରିଥିଲା। ଏହି ଟ୍ରକର ନମ୍ବର ଓ ଆର ୦୨ ବିଏନ ୪୮୪୨ ଜଣାପଡ଼ିଛିା। ବାଲୁଗାଁ ଏସ୍ଡି‌ପିଓ ଶ୍ରୀ ବାରିକ ଙ୍କ ଏଭଳି ପଦକ୍ଷେପ ଯୋଗୁ ପଥର ମାଫିଆ ଓ ପୁଲିସ ମଧ୍ୟରେ ଥିବା ଅସଲ ଚେହେରା ଧିରେ ଧିରେ ପଦାକୁ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe