ଦେବଗଡ଼ା ଆଜି ସକାଳେ ଦେବଗଡ଼ ଜିିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ କନ୍ଧଳ ଠାରେ ଏକ ଟ୍ରକ୍ ଧକ୍କାରେ ଜଣେ ବନ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ସ୍ଥାନୀୟ ଲୋକେ ରାସ୍ତାରେକ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କନ୍ଧାଳ କେନ୍ଦୁପତ୍ର ଡିଭିଜନଠାରେ ବନପାଳ ଥିବା ଆକାଶ କୁମାର େବେହେରା ଆଜି ସକାଳେ ନିଜ ମୋଟର ସାଇକେଲ ଯୋଗେ ଅଫିସକୁ ଯାଉଥିବା ବେଳେ ଦୃତଗତିରେ ଆସୁଥିବା ଏକ ଟ୍ରକ୍ ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଶ୍ରୀ ବେହେରା ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛିି। ଲୋକେ ରାସ୍ତାରୋକ କରିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିିବା ଟ୍ରକକୁ ଜବତ କରି ଡ୍ରାଇଭରକୁ ଗିରଫ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us