ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଏକ ଆଦିବାସୀ ବହୁଳ ବିଶିଷ୍ଟ ଅଞ୍ଚଳ ଭାବେ ଜଣାଶୁଣା। ପୂର୍ବରୁ ରାଇରଙ୍ଗପୁର ବିଭିନ୍ନ କ୍ଷେତ୍ରରେ ଚର୍ଚ୍ଚିତ ଥିବା ବେଳେ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ।
ଏଠାକାର ଜଣେ ଦଶମ ଶ୍ରେଣୀର ଛାତ୍ର ଓଡ଼ିଶା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି । ସୂଚନା ଅନୁଯାୟୀ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଅଣ୍ଡର ୧୬ ଟୁର୍ନାମେଣ୍ଟ ନିମନ୍ତେ ଓଡିଶା ଦଳରେ ଫାଇନାଲ ଲିଷ୍ଟରେ ରାଇରଙ୍ଗପୁରର ରୋଶନ ଚୌଧୁରୀଙ୍କ ଚୟନ ହୋଇଛି। ଏନେଇ ସାରା ସହରରେ ଖୁସିର ଲହରୀ ଖେଳିଯାଇଛି।
ରାଇରଙ୍ଗପୁର ୱାର୍ଡ ନମ୍ବର ୫ର ମୋନାଲିସା ଚୌଧୁରୀ ଓ ଜଗନ୍ନାଥ ଚୌଧୁରୀଙ୍କ ୧୫ ବର୍ଷିୟ ପୁଅ ରୋଶନ ଚୌଧୁରୀ ଲିଟିଲ ଫ୍ଲାଓର ସ୍କୁଲର ଦଶମ ଶ୍ରେଣୀର ଛାତ୍ର।
ଅଧିକ ପଢ଼ନ୍ତୁ: ଏଟିଏମ୍ ଲୁଟ୍ ଘଟଣା: ଦଣ୍ଡାଦେଶ ଶୁଣି କୋର୍ଟରୁ ଚମ୍ପଟ ମାରିଲେ ୨ ଲୁଟେରା
ତାଙ୍କର କ୍ରିକେଟ ଖେଳ ପ୍ରତି ରୁଚି ବାଲ୍ୟକାଳରୁ ରହିଛି। ପରେ ମୟୁରଭଞ୍ଜ ଦଳ ଏବଂ ବର୍ତ୍ତମାନ ଓଡିଶା ଜୁନିଅର ଦଳରେ ସ୍ଥାନିତ ହେବାରେ କୋଚ ଏବଂ ସେଲେକ୍ଟରମାନଙ୍କୁ ତାଙ୍କର ମାର୍ଗଦର୍ଶନ ପାଇଁ ରୋଶନଙ୍କ ପରିବାର ଓ ବନ୍ଧୁବର୍ଗ ଧନ୍ୟବାଦ ଜଣାଇଛନ୍ତି।
ବିଶେଷ କରି ମୟୁରଭଞ୍ଜ ଏଥଲେଟିକ୍ସ ଆସୋସିଏସନର ସମସ୍ତ ସଦସ୍ୟଙ୍କ ସହ ସଂପାଦକ ବିଜୟ କୁମାର ଦାଶ ଏବଂ ଓଡିଶା କ୍ରିକେଟ ଆସୋସିଏସନର ସଂପାଦକ ସଂଜୟ ବେହେରାଙ୍କୁ ରାଇରଙ୍ଗପୁରବାସୀଙ୍କ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି ।
ଅଧିକ ପଢ଼ନ୍ତୁ: ଗୃହ ବିଭାଗ ଅତିରିକ୍ତ ଖର୍ଚ୍ଚ ଦାବୀ ଆଲୋଚନା: ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ