ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ନୂଆଗାଁ ଓ କୁଆରମୁଣ୍ଡା ବ୍ଲକ ପରିଦର୍ଶନ

Advertisment
ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ନୂଆଗାଁ ଓ କୁଆରମୁଣ୍ଡା ବ୍ଲକ ପରିଦର୍ଶନ

Sambad

ରାଉରକେଲା: ନିର୍ବାଚନ ପର୍ଯ୍ୟବେକ୍ଷକ ଗଙ୍ଗାଧର ନାୟକ ଆଜି ନୂଆଗାଁ ଓ କୁଆରମୁଣ୍ଡା ବ୍ଲକ ଗସ୍ତ କରି ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗର ନିୟମ ଅନୁଯାୟୀ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେ ସଂପର୍କରେ କୁଆରମୁଣ୍ଡା ବିଡିଓଙ୍କ ସହିତ ଆଲୋଚନା କରିଥିଲେ। ନିର୍ବାଚନ ଗଣନା ସ୍ଥାନ, ଷ୍ଟ୍ରଙ୍ଗ ରୁମ ପ୍ରସ୍ତୁତି ସଂପର୍କରେ ପଚାରି ବୁଝିଥିଲେ। ପରେ ଶ୍ରୀ ନାୟକ କୁଆରମୁଣ୍ଡା ବ୍ଲକର କୁମଝରିଆ, କଚାରୁ, କରମାବାହାଲ ଏବଂ ନୁଆଗାଁ ବ୍ଲକର ଖୁଣ୍ଟାଗା, ଅଙ୍କୁରପାଲି ଆଦି ପଚାଂୟତ ପରିଦର୍ଶନ କରିଥିଲେ।

ସେଠାରେ ସର୍ବସାଧାରଣ ସ୍ଥାନରେ, କାନ୍ଥ ଓ କୋଠାଘରେ ଲାଗିଥିବା ବିଭିନ୍ନ ଦଳୀୟ ପ୍ରଚାରପତ୍ର, ପତକା ବ୍ୟାନରରେ ଗୁଡିକ ହଟାଇବା ପାଇଁ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ଦ୍ବାରା ସର୍ବସାଧାରଣ ସ୍ଥାନରେ, କାନ୍ଥ ଓ କୋଠାଘରେ ଲାଗିଥିବା ବିଭିନ୍ନ ପତକା, ବ୍ୟାନର, ପୋଷ୍ଟର ଗୁଡିକୁ ତୁରନ୍ତ ଉଛେଦ କରାଯାଇ ଥିଲା। ଆଦର୍ଶ ନିବାର୍ଚନ ଆଚରଣ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପର୍ଯ୍ୟବେକ୍ଷକ ଶ୍ରୀନାୟକ ଉଭୟ ବ୍ଲକର ବିଡିଓଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe