କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିବା ବାଳକର ମୃତଦେହ ଉଦ୍ଧାର

କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିବା ବାଳକର ମୃତଦେହ ଉଦ୍ଧାର

ରାଉରକେଲା: ସହର ଉପକଣ୍ଠ ସେକ୍ଟର ୧୩ ଲୁଆକେରା ନିକଟସ୍ଥ କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇ ଯାଇଥିବା ବାଳକର ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ଗଭରମେଣ୍ଟ ଫାୟାର୍ ବ୍ରିଗେଡ୍ ଟିମ୍ କୋଏଲନଗର ବ୍ରିଜ ନମ୍ବର ୧୧ ପ୍ରଧାନପାଲ୍ଲୀରୁ ନିଖୋଜ ଶିଶୁର ମୃତଦେହ ଉଦ୍ଧାର ହୋଇଥିଲା। ଛେଣ୍ଡ ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ମୁତାବକ, ବାସନ୍ତୀ କଲୋନି ଏଲ-୧୧୮ ରେ ରହୁଥିବା ସୁଜଲ ଜେନା ନାମକ ଜଣେ ବାଳକ ତାର ସାଙ୍ଗମାନଙ୍କ ସହ  କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲା। ସେ ସାଙ୍ଗମାନଙ୍କ ସହ କୋଏଲ ନଦୀରେ ଗାଧୋଇବା ବେଳେ ବାଳକକୁ ପ୍ରଖର ଜଳସ୍ରୋତ ଠେଲି ନେଇଥିଲା।

ଫଳରେ ସେ ଓ ତାଙ୍କର ଜଣେ ସାଙ୍ଗ ବୁଡି ଯାଇଥିଲେ। ଅନ୍ୟ ଜଣକୁ ସ୍ଥାନୀୟ ଲୋକ ଉଦ୍ଧାର କରି ଥିବା ବେଳେ ସୁଜଲ ନିଖୋଜ ହୋଇଯାଇଥିଲା। ସୂଚନା ପାଇ ସେକ୍ଟର-୧୫ ଥାନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବାଳକକୁ ଉଦ୍ଧାର କରିବା ପାଇଁ ଲାଗିପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe