ନୀଳଗିରି ବିଧାୟକଙ୍କ ଚିଠିକୁ ନେଇ ବିବାଦ, କହିଲେ କୋଭିଡ୍‌ ଦୃଷ୍ଟିରୁ ରଥ ନିର୍ମାଣରେ ଅଯଥା ଖର୍ଚ୍ଚ କରା ନ ଯାଉ

Advertisment

ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ନୀଳଗିରି ବିଧାୟକଙ୍କ ଚିଠିକୁ ନେଇ ବିବାଦ, କହିଲେ କୋଭିଡ୍‌ ଦୃଷ୍ଟିରୁ ରଥ ନିର୍ମାଣରେ ଅଯଥା ଖର୍ଚ୍ଚ କରା ନ ଯାଉ

ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ନୀଳଗିରିରେ ଚଳିତବର୍ଷ ରଥଯାତ୍ରା ନେଇ ଜିଲ୍ଲାପାଳଙ୍କୁ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକଙ୍କ ଚିଠି ବିବାଦ ଘେରକୁ ଟାଣି ହୋଇଛି। କୋଭିଡ୍‌ ସମୟରେ ରଥ ନିର୍ମାଣରେ ଅଯଥା ଖର୍ଚ୍ଚ କରା ନ ଯାଉ ବୋଲି ସେ ନିଜ ଚିଠିରେ ଉଲ୍ଲେଖ କରିଥିବା ବେଳେ ମହାପ୍ରଭୁଙ୍କ ରଥଯାତ୍ରା ନେଇ ଖର୍ଚ୍ଚକୁ ଅଯଥା କହିବା ଅତ୍ୟନ୍ତ ଅଶୋଭନୀୟ ଏବଂ ଏହା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ପ୍ରତି କୁଠାରଘାତ ବୋଲି ବିରୋଧୀ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଥିବା ବେଳେ ଏପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ ରଖିବାକୁ ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

publive-image publive-image
ସୂଚନା ଥାଉକି, ଗତବର୍ଷ କୋଭିଡ୍‌ କଟକଣା ଥିବା ସ‌ତ୍ତ୍ବେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥକାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା। ଏହି ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ସେହି ଦୃଷ୍ଟିରୁ ଚଳିତବର୍ଷ କୋଭିଡ୍ କଟକଣା ଦୃଷ୍ଟିରୁ ପ୍ରଶାସନିକ ଅଧିକାରୀମାନଙ୍କ ବିନା ଅନୁମତିରେ ଠାକୁରମାହାଲ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ନ କରିବା ପାଇଁ ବାଲେଶ୍ବର ଜିଲ୍ଲାପାଳ, ୫-ଟି ସଚିବ, ଦେବୋତ୍ତର ବିଭାଗକୁ ଚିଠି ଲେଖିଛନ୍ତି। ଏହାକୁ ନେଇ ବିଧାୟକଙ୍କ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ତୁତୁ...ମେମେ ଚାଲିଥିଲା। ତେବେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଶେଷରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କୁ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଜେନା ଏନେଇ ସୂଚନା ଦେବା ସହ ସୋମବାର ବୈଠକ ଡକାଇ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe