କଳିଙ୍ଗାଘାଟିରେ ମହାବଳ ବାଘ! ସାମଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଭିଡିଓ

କଳିଙ୍ଗାଘାଟିରେ ମହାବଳ ବାଘ! ସାମଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଭିଡିଓ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟିରେ ମହାବଳ ବାଘ ବୁଲୁଛି। ଏହିଭଳି ଏକ ଭିଡିଓ ମୋବାଇଲରୁ ମୋବାଇଲ ଘୁରିବୁଲୁଥିବା ଦେଖିବାକୁ ମିଳିଛି। କିଛିଦିନ ହେଲା କଳିଙ୍ଗାଘାଟିରେ ଏକ ବିରାଟକାୟ ମହବଳ ବାଘ ଘାଟିରେ କିଛିବାଟ ଚାଲି ଚାଲି ଯିବା ପରେ ଡାହାଣ ପାଖ ପାହାଡ଼ ଉପରକୁ ଡେଇଁ ଯିବା ପର୍ଯ୍ୟନ୍ତ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି। ଘୁରିବୁଲୁଥିବା ଭିଡିଓରେ କଳିଙ୍ଗା ଘାଟି ଦୃଶ୍ୟମାନ ହେଉଥିବା ବେଳେ ଭିଡ଼ିଓର ସତ୍ୟାସତ୍ୟ କେତେ ତାହା ତଦନ୍ତ ସାପେକ୍ଷ।

ଏହି ଭାଇରାଲ ଭିଡିଓ ବିଷୟରେ ଆମେ ସ୍ଥାନୀୟ ଜଙ୍ଗଲ ବନବିଭାଗ ରେଞ୍ଜର କାଜଲ ନାୟକଙ୍କୁ  ପଚାରିବା ପରେ ସେ କହିଛନ୍ତି ମହାବଳ ବାଘ କଳିଙ୍ଗାଘାଟିରେ ବୁଲିବାର କୌଣସି ପ୍ରମାଣ ନାହିଁ। ପାଦ ଚିହ୍ନ ନାହିଁ କି କୌଣସି ପ୍ରମାଣ ନାହିଁ। ଜାଣିବାରେ ଗତ ଚାରିବର୍ଷ ହେଲାଣି କଳିଙ୍ଗା ଘାଟିରେ କୌଣସି ବାଘ ଥିବାର କିମ୍ବା ବୁଲୁଥିବା କୌଣସି ପ୍ରମାଣ ନାହିଁ।

ଅନ୍ୟପଟରେ ରାୟଗଡ଼ା ଜିଲ୍ଲାରେ ଏକ ମହାବଳ ବାଘ ବୁଲୁଥିବାର ଖବର ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ରାୟଗଡ଼ାର ପଡ଼ୋଶୀ ହୋଇଥିବାରୁ ମହାବଳ ବାଘଟି କନ୍ଧମାଳ ଜିଲ୍ଲାକୁ ଆସିଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe