ଟପରିଆ ରାସ୍ତାରେ ସର୍ତ୍ତ ଉଲ୍ଲଂଘନରେ ଟ୍ରକ ପରିବହନ, ଏସପିଙ୍କ ନିର୍ଦ୍ଦେଶରେ ୬ଟି ଟ୍ରକକୁ ଦେଢ଼ ଲକ୍ଷ ଜରିମାନା

Advertisment

୭ଟି ଟ୍ରକ ପୁଲିସକୁ ହସ୍ତାନ୍ତର

୭ଟି ଟ୍ରକ ପୁଲିସକୁ ହସ୍ତାନ୍ତର

ଟପରିଆ ରାସ୍ତାରେ ସର୍ତ୍ତ ଉଲ୍ଲଂଘନରେ ଟ୍ରକ ପରିବହନ, ଏସପିଙ୍କ ନିର୍ଦ୍ଦେଶରେ ୬ଟି ଟ୍ରକକୁ ଦେଢ଼ ଲକ୍ଷ ଜରିମାନା

ସୁନ୍ଦରଗଡ଼: ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ସୁନ୍ଦରଗଡ଼ ଜିଲ୍ଲାପାଳ ବାଙ୍କିବାହାଲ-ଟପରିଆ ରାସ୍ତାରେ କୋଇଲା ଓ ଅନ୍ୟ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଭାରୀଯାନ, ଟ୍ରକ ଚଳାଚଳରେ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି।  ତନ୍ମଧ୍ୟରେ ସକାଳ ୬ଟାରୁ ଅପରାହ୍ନ ୧ଟା ଯାଏ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ଏହାର ଟିକିନିଖି ନିରୀକ୍ଷଣ କରିବାକୁ ସ୍ଥାନୀୟ ପୁଲିସ ଓ ପରିବହନ ବିଭାଗକୁ ଦାୟିତ୍ବ ଦିଆଯାଉଛି। କିନ୍ତୁ ସର୍ତ୍ତର ଖୋଲା ଉଲ୍ଲଂଘନ ପୂର୍ବକ କୋଇଲା ବୋଝେଇ ଟ୍ରକଗୁଡ଼ିକ କଟକଣା ସମୟରେ ଚଳାଚଳ କରୁଥିବା ଦେଖାଯାଇଛି।

ଅଭିଯୋଗ ପରେ ବି ସ୍ଥାନୀୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଘଟଣାକ୍ରମରେ ଆଜି ସକାଳୁ ୧୩ଟି ଟ୍ରକ (ସିଜି-୧୩ ଏଲଏ-୨୨୯୮, ସିଜି-୧୩ଏଲଏ-୫୨୪୩, ଓଆର୍-୨୩ ଏଫ୍-୪୯୭୦, ଓଡି-୧୬ଏଫ୍- ୧୪୨୪, ଓଡି-୧୬ଏଫ୍- ୮୮୯୦, ଓଡି-୧୬ଏଫ୍-୫୨୯୦, ଓଡି-୧୬ଏଫ୍- ୧୪୨୧, ସିଜି-୦୪ ଜେସି-୮୧୭୪, ଓଡି-୧୬ ଡି- ୮୦୭୦, ଓଡି ୧୬ଇ- ୪୮୪୫, ଓଆର୍ ୨୩ଏଫ୍-୫୯୭୨, ଓଡି-୧୬ଡି- ୬୩୧୮, ଓଡି-୧୬ଡି- ୨୮୭୯) କୋଇଲା ନେଇ ରାସ୍ତାରେ ଯାଉଥିବା ବେଳେ ରତନପୁର ଠାରେ ଲୋକେ ଗାଡ଼ିଗୁଡ଼ିକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ। କିନ୍ତୁ ଥାନାରୁ କେହି ନଆସିବାରୁ ଲୋକେ ଏସପି ସାଗରିକା ନାଥଙ୍କୁ ଫୋନ୍ କରି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହା ପରେ ଏସପିଙ୍କ ନିର୍ଦ୍ଦେଶରେ ପୁଲିସ ଓ ପରିବହନ ବିଭାଗ ଅଧିକାରୀ ପହଞ୍ଚି ୬ଟି ଗାଡ଼ିରୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଜରିମାନା  କରିଥିବା ଓ ୭ଟି ଗାଡ଼ିକୁ ପୁଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe