ମା’ ଭଦ୍ରକାଳୀଙ୍କ ପୀଠକୁ ୧ କୋଟିର ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସେବାୟତ

ମା’ ଭଦ୍ରକାଳୀଙ୍କ ପୀଠକୁ ୧ କୋଟିର ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସେବାୟତ

ଭଦ୍ରକ: ଭଦ୍ରକର ଆରାଧ୍ୟ ଦେବୀ ମା’ଭଦ୍ରକାଳୀ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଏଥି ପାଇଁ କାଳୀ ମନ୍ଦିରର ସେବାୟତମାନେ ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଉପଲକ୍ଷେ ମା’ ଭଦ୍ରକାଳୀ ପୀଠରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା।

publive-image

ସେବାୟତଙ୍କ କହିବା ଅନୁଯାୟୀ ନିକଟରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ, ଭଦ୍ରକ ବିଧାୟକ ମା’ଙ୍କ ପୀଠକୁ ଆସିଥିଲେ। ଏହି ସମୟରେ ମନ୍ଦିରର ସିଂହଦ୍ୱାରକୁ ଆକର୍ଷଣୀୟ କରିବା, ପୁଷ୍କରିଣୀର ପୁନରୁଦ୍ଧାର, ପୁଷ୍ପଉଦ୍ୟାନ, ଆଲୋକ ବ୍ୟବସ୍ଥା, ମା’ଙ୍କ ପୀଠକୁ ରାସ୍ତାର ସମ୍ପ୍ରସାରଣ ପାଇଁ ଏକ ଲିଖିତ ଦାବିପତ୍ର ସେବାୟତମାନଙ୍କ ପକ୍ଷରୁ ଦିଆଯାଇଥିଲା।

publive-image

ଏହାକୁ ବିଚାରକୁ ନେଇ ୧କୋଟି ଟଙ୍କା ଆର୍ଥିକ ଅନୁଦାନ ଘୋଷଣା କରିଥିବାରୁ ସେବାୟତମାନେ ନିଜର କୃତଜ୍ଞତା ପ୍ରକାଶ କରିବା ସହ ତୁରନ୍ତ ଏହାର ଉପଯୋଗ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ସେବାୟତ ସୁବ୍ରତ ଦିକ୍ଷୀତ, ରସାନନ୍ଦ ଦିକ୍ଷୀତ, ଅରବିନ୍ଦ ଦିକ୍ଷୀତ, ଭାଗିରଥି ଦିକ୍ଷୀତ, ପଞ୍ଚାନନ ଦିକ୍ଷୀତ, ନିକୁଞ୍ଜ ଦିକ୍ଷୀତ, ଶରତ ପଣ୍ଡା, ବିଶ୍ୱନାଥ ନାୟକ, ସଚ୍ଚିଦାନନ୍ଦ ମହାନ୍ତି, ଅମୀୟ ଖୁଣ୍ଟିଆ, ଅରୁଣିମା ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe