ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ କମଳାବଗିଚା ଗ୍ରାମରେ କୋଭିଡ ନିୟମ ଉଲ୍ଲଂଘନ କରି ଜଣେ ୧ଲକ୍ଷ ଟଙ୍କା ଜରିମାନା ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, କମଳା ବଗିଚା ଗ୍ରାମର କୁଲାନ ଟପ୍ନୋଙ୍କ ପୁଅ ଅମିତ ଟପ୍ନୋଙ୍କ ବିବାହ ରାଉରକେଲାରେ ହୋଇଥିଲା। ଆଜି ମଧ୍ୟାହ୍ନରେ ଗ୍ରାମରେ କୋଭିଡ ନିୟମ ଉଲ୍ଲଂଘନ କରି ବିବାହ ଭୋଜି ଆୟୋଜନ କରିଥିଲେ କୁଲାନ୍ ଟପ୍ନୋ। ଏହି ଭୋଜିରେ ୮୦୦ଶହରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ।
କୌଣସି ସୂତ୍ରରୁ ସୂଚନା ପାଇ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ, ଦେବଗଡ଼ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର, ସବଇନ୍ସପେକ୍ଟର ପ୍ରଦୀପ ରଞ୍ଜନ ପାତ୍ର ଓ ବୁଦ୍ଧରାଏ ମାଝୀ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ବରପିତା କୁଲାନ ଟପ୍ନୋଙ୍କୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୧ ଲକ୍ଷ ଟଙ୍କା ଜୋରିମାନା କରିଥିଲେ ।
Follow Us