ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଗଲା

Advertisment
ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଗଲା

କଟକ: କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ନିର୍ଦେଶରେ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସାହାଯ୍ୟ କରାଯାଇଛି। ଡି ପ୍ରକାଶ ରାଓ ନିକଟରେ କରୋନାରେ ସଂକ୍ରମିତ ହୋଇ କଟକ ଏସିବିରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ରହିଛି। ତେବେ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ପରାମର୍ଶଦାତା ଡାକ୍ତର ଜୟନ୍ତପଣ୍ଡା ଗତକାଲି ଏ ବିଷୟରେ ଆଲୋଚନା ମଧ୍ୟ କରିଥିଲେ।

ପଦ୍ମଶ୍ରୀ ଡି ପ୍ରକାଶ ରାଓ କଟକରେ ବସବାସ କରୁଥିବା ବେଳେ ସେ ଜଣେ ସମ୍ମାନିତ ସମାଜସେବୀ । ପେସାରେ ସେ ଜଣେ ଚା' ବିକାଳି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଓଙ୍କୁ ସାକ୍ଷାତ କରିଥିଲେ ଓ ନିଜର ମନ କି ବାତ କାର୍ଯ୍ୟକ୍ରମରେ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ ।

ଇତିମଧ୍ୟରେ ରାଓ ୨୧୭ ଥର ରକ୍ତଦାନ କରିସାରିଛନ୍ତି। ମୃତ୍ୟୁପରେ ନିଜ ଶରୀରଦାନ କରିବାକୁ ମଧ୍ୟ ସଂକଳ୍ପ ନେଇଛନ୍ତି । ଏତବ୍ୟତୀତ ୨୦୦୦ମସିହାରୁ ରାଓ ନିଜ ଘରେ ବସ୍ତି ପିଲାଙ୍କପାଇଁ ଏକ ସ୍କୁଲ ଖୋଲିଛନ୍ତି । ଚା' ଦୋକାନରୁ ହେଉଥିବା ଆୟର ଅଧା ସେ ଏହି ସ୍କୁଲ ପରିଚାଳନାରେ ଖର୍ଚ୍ଚ କରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe