ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ସହରର ୧୪୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ୍ ପମ୍ପରୁ ସଶସ୍ତ୍ର ଲୁଟ୍ ହୋଇଛି। ଲୁଟେରାମାନେ ରିଭଲ୍ଭର୍ ଦେଖାଇ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଟଙ୍କା ଧରି ଦୁଇ ଲୁଟେରା ବାଇକ୍ରେ ରାଉରକେଲା ଆଡ଼କୁ ଫେରାର୍ ହୋଇଯାଇଛନ୍ତି।
ଆଜି ଅପରାହ୍ଣ ପ୍ରାୟ ସାଢେ ୨ଟା ବେଳେ ବୀରମିତ୍ରପୁର ଲାହାକୋଠିସ୍ଥିତ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ୍ ପମ୍ପର କର୍ମଚାରୀମାନେ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିବା ବେଳେ ମାତ୍ର ଦୁଇ ଜଣ କର୍ମଚାରୀ ତେଲ ବିକ୍ରି କରୁଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍ରେ ଆସି ପେଟ୍ରୋଲ୍ ଭର୍ତ୍ତି କରିବା ବାହାନାରେ ସେଠାରେ ପହଞ୍ଚିଥିଲେ। ଜଣେ ଯୁବକ ବାଇକ୍କୁ ଟାଙ୍କି କଡ଼ରେ ରଖି ଭିତରକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖୁଥିବା ବେଳେ ଅନ୍ୟ ଜଣଙ୍କ ପେଟ୍ରୋଲ୍ ପମ୍ପ ସେଲ୍ସ ବୟ ନନ୍ଦଲାଲ୍ କେଶରୀଙ୍କ ପାଖକୁ ଯାଇ ହଠାତ୍ ରିଭଲ୍ଭର୍ ବାହାର କରି ତା ଦେହରେ ଲଗାଇ ଦେଇ ଟଙ୍କା ମାଗିଥିଲେ। ଭୟରେ ନନ୍ଦଲାଲ ପାଖରେ ଥିବା ୧୦ ହଜାରରୁ ଅଧିକ ଟଙ୍କା ତାଙ୍କୁ ଦେଇଥିଲା। ଟଙ୍କା ଧରି ଦୁଇ ଲୁଟେରା ବାଇକ୍ରେ ଜାତୀୟ ରାଜପଥରେ ରାଉରକେଲା ଆଡ଼କୁ ଚାଲି ଯାଇଥିଲେ।
www.jagran.comଏ ସମ୍ପର୍କରେ ଖବର ପାଇ ପେଟ୍ରୋଲ୍ ପମ୍ପ ମାଲିକ ବିଜୟ ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚି ବୀରମିତ୍ରପୁର ଥାନାରେ ଲିଖିତ ଏତଲା ଦେଇଥିଲେ। ବୀରମିତ୍ରପୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଲୁଟେରାମାନେ ମୁହଁରେ ମାସ୍କ ଓ ହେଲ୍ମେଟ୍ ପିନ୍ଧି ଥିବାରୁ ତାଙ୍କୁ କେହି ଚିହ୍ନଟ କରି ପାରିନଥିଲେ। ସ୍ପଷ୍ଟ ଦିବାଲୋକରେ ଏଭଳି ଲୁଟ୍ ବୀରମିତ୍ରପୁରବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ହାଜତ ମୃତ୍ୟୁ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ନିଲମ୍ବିତ ହେବା ପରେ ଏବେ ଆଇଆଇସି ପଦବୀ ଖାଲି ପଡ଼ିଥିବାରୁ ବୀରମିତ୍ରପୁରରେ ଅପରାଧୀ ଅଧିକ ସକ୍ରୀୟ ହୋଉ ଉଠିଥିବା ଜଣାପଡ଼ିଛି।
Follow Us