File photo
ପୁରୀ: ବ୍ରହ୍ମଗିରିର ସୁନାମୁହିଁର ଯଦୁପୁର କେଉଁଟକୁଦି ଛକ ନିକଟରୁ ଏକ ମୋଟର ସାଇକେଲରୁ ଫ୍ଲାଇଂ ସ୍କ୍ଵାର୍ଡ ରବିବାର ୧୪,୬୮,୫୦୦ ଟଙ୍କା ଜବତ କରିଛି। ଏହି ବାଇକରେ ଦୁଇ ଜଣ ଲୋକ ଥିଲେ। ଏହି ଟଙ୍କା ଚିଙ୍ଗୁଡ଼ି ବ୍ୟବସାୟୀଙ୍କର ବୋଲି ସେମାନେ କହିବାରୁ ଏହି ଟଙ୍କାକୁ ଆୟକର ବିଭାଗୀୟ ଅଧିକାରୀମାନଙ୍କ ଜିମାରେ ଦିଆଯାଇଛି। ଘଟଣାର ତଦନ୍ତ ଚାଲିଥିବା ଜିଲ୍ଲାପାଳ କହିଛନ୍ତି।
Follow Us