କନକ ଟିଭି କ୍ୟାମେରାମ୍ୟାନ୍‌ ସୁମନ୍ତଙ୍କ ପତ୍ନୀଙ୍କୁ ୧୫ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ

Advertisment
କନକ ଟିଭି କ୍ୟାମେରାମ୍ୟାନ୍‌ ସୁମନ୍ତଙ୍କ ପତ୍ନୀଙ୍କୁ ୧୫ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ

ରାଉରକେଲା:  କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା କନକ ଟିଭିର ରାଉରକେଲା କ୍ୟାମେରା ମ୍ୟାନ୍‌ ସୁମନ୍ତ କୁମାର ମହାନ୍ତିଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନ୍‌ଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ଆଜି  ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସ୍ୱର୍ଗତ ମହାନ୍ତିଙ୍କ ପତ୍ନୀ ପ୍ରଭାତୀ ମହାନ୍ତିଙ୍କୁ ପ୍ରଦାନ କରିଛନ୍ତି।

ରାଉରକେଲାରେ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମର ଭିଡିଓ ସାମ୍ବାଦିକ ଭାବେ ସୁମନ୍ତ ମହାନ୍ତି କାର୍ଯ୍ୟରତ ଥିବା ସମୟରେ କରୋନା ସଂକ୍ରମଣର ଶିକାର ହୋଇଥିଲେ। କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୦୨୧ ମେ’ ୧୨ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁମନ୍ତଙ୍କ ପରିବାରରେ ଏବେ ତାଙ୍କ ମା’ ସ୍ୱର୍ଣ୍ଣଲତା ମହାନ୍ତି, ସ୍ତ୍ରୀ ପ୍ରଭାତୀ ମହାନ୍ତି ଓ ଦୁଇ ଝିଅ  ସୁଶ୍ରୀ ଏବଂ ସାଇଶ୍ରୀ ଅଛନ୍ତି।

କୋଭିଡ୍-୧୯ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ। ଏହାସହିତ କରୋନାରେ ପ୍ରାଣ ହରାଇଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହାକୁ ଆଧାର କରି ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅନୁମୋଦନ କ୍ରମେ ସୁମନ୍ତଙ୍କ ପରିବାରକୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନୁକମ୍ପା ରାଶି ପ୍ରଦାନ ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe